fbpx

କାହିଁକି ପିଲାମାନେ ରାଗି ସ୍ୱାଭାବର ହୋଇଥାନ୍ତି ? ଏହି ସବୁ କାରଣ ଅଟେ ଦାୟୀ

ଓଡ଼ିଶା ଭାସ୍କର: ଆଜିକାଲି ଛୋଟ ପିଲାଙ୍କୁ ସମ୍ଭାଳିବା ମାତା ପିତାଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଯାଇଛି । ଅଧିକାଂଶ କ୍ଷେତ୍ରରେ ଉଭୟ ଦମ୍ପତ୍ତି କର୍ମଜୀବି ହୋଇଥିବାରୁ ପିଲାଙ୍କ ସହ ଅଧିକ ସମୟ ଅତିବାହିତ କରିପାରନ୍ତି ନାହିଁ । ଫଳରେ ଏକା ରହିବା ଏବଂ ମୋବାଇଲ ନିଶା ସେମାନଙ୍କୁ ଜିଦ୍ଦିଆ କରିଦିଏ । ପ୍ରତ୍ୟେକ ମାତା ପିତା ନିଜ ସନ୍ତାନକୁ ଉତ୍ତମ ସଂସ୍କାର ଶିଖାଇଥାନ୍ତି କିନ୍ତୁ ସମୟକ୍ରମେ ପିଲାଙ୍କ ମଧ୍ୟରେ କିଛି କୁଅଭ୍ୟାସ ମଧ୍ୟ ବୃଦ୍ଧି ପାଇଥାଏ । ଏଥିପାଇଁ ବେଳେ ବେଳେ ପିଲାମାନେ ଛୋଟ ଛୋଟ କଥାରେ ରଗିଥାନ୍ତି । ତେବେ ପିଲାଟିଏ ରାଗିବାର ଅନେକ କାରଣ ରହିଛି ସେଥିମଧ୍ୟରୁ ଆସନ୍ତୁ ଜାଣିବା କିଛି କାରଣ ବିଷୟରେ ।

୧. ଯେଉଁ ପିଲାଙ୍କୁ ବାଇପୋଲାର ସମସ୍ୟା ରହିଛି ସେମାନେ ସହଜରେ ଆଗ୍ରେସିଭ୍ ହୋଇଯାନ୍ତି ।

୨. ମାତା ପିତାମାନେ ସବୁବେଳେ ନିଜ ପିଲାଙ୍କ ମଧ୍ୟରେ ଭୁଲ ଖୋଜବାକୁ ଚେଷ୍ଟା କରନ୍ତୁ ନାହିଁ । ସେମାନଙ୍କ ଭଳ କାମ ପାଇଁ ପ୍ରୋତ୍ସାହିତ କରନ୍ତୁ । ଏହା ବ୍ୟତୀତ ଅନ୍ୟ ପିଲାଙ୍କ ସହ ନିଜ ସନ୍ତାନର ତୁଳନା କରନ୍ତୁ ନାହିଁ । ଏହା ଦ୍ୱାରା ସେମାନେ ହତାଶ ଅନୁଭବ କରିଥାନ୍ତି ।

୩. ଘରର ମାହୋଲ ଚାପଗ୍ରସ୍ତ ଥିଲେ ପିଲାମାନେ ଶୀଘ୍ର ରାଗିଯାନ୍ତି । ଘରେ ସବୁବେଳେ ଫ୍ରେଣ୍ଡଲି ମାହୋଲ ରଖନ୍ତୁ । ଏହା ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପେର ସୁପ୍ରଭାବ ପକାଇଥାଏ ।

୪. ମାତା ପିତାମାନେ ହାଇପର ଆଗ୍ରେସିଭ ହେବା ପିଲାଙ୍କ ଉପରେ କୁପ୍ରଭାବ ପକାଇଥାଏ । ଗୋଟିଏ ସମୟ ପରେ ପିଲାମାନେ ମଧ୍ୟ ମାତା ପିତାଙ୍କୁ ହେୟଜ୍ଞାନ କରିଥାନ୍ତି ।

୫. ଓଭର ପୋଜେସିଭ୍ କାରଣ ପାଇଁ ପିଲାମାନେ ଚିଡ଼ଚିଡ଼ା ଓ କୋଧିତ ହୋଇଥାନ୍ତି । ପିଲାଙ୍କୁ ସବୁ କଥାରେ ବାରଣ କରନ୍ତୁ ନାହିଁ ।

୬. ଅଧିକ ସ୍କ୍ରିନ୍ ଟାଇମ୍ ପିଲାଙ୍କ କ୍ଷେତ୍ରରେ ମୁଡ୍ ସ୍ୱିଙ୍ଗର ସମ୍ଭାବନାକୁ ବୃଦ୍ଧି କରିଥାଏ ।

୭. ଅତ୍ୟଧିକ ମିଠା ଖାଇବା ଦ୍ୱାରା ପିଲାଙ୍କ କ୍ଷେତ୍ରରେ ଡିସଅରିଏଣ୍ଟେସନ ସମସ୍ୟା ଦେଖାଦେଇଥାଏ । ଡିସଅରିଏଣ୍ଟେସନ୍ ହେଉଛି ଏକ ପ୍ରକାର ମାନସିକ ସ୍ଥିତି ଯେଉଁଥିରେ ବ୍ୟକ୍ତି ସମୟ, ସ୍ଥାନ ଇତ୍ୟାଦି ବିଷୟରେ ଦ୍ୱନ୍ଦର ଶିକାର ହୋଇଥାଏ ।

ନିଜ ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟ ପାଇଁ ମାତା ପିତାମାନେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରନ୍ତୁ । ପିଲାମାନେ ଗୁରୁଜନଙ୍କ ବ୍ୟବହାର ଦେଖି ନିଜ ସ୍ୱାଭାବରେ ପରିବର୍ତ୍ତନ ଆଣିଥାନ୍ତି ।

Get real time updates directly on you device, subscribe now.