ପୁଣି ଟ୍ୱିଟର କିଣିବାକୁ ମନ ବଳାଉଛନ୍ତି କି ମସ୍କ? Twitter କୁ ନୂଆ ଆପ୍ କରିବାକୁ ଯୋଜନା, ପଢ଼ନ୍ତୁ କ’ଣ ରହିଛି ଅପଡେଟ୍….
ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତଥା ଟେସଲା ସିଇଓ ଏଲନ୍ ମସ୍କ ପୁଣିଥରେ ଟ୍ୱିଟର ଡିଲ୍ ରେ ୟୁ–ଟର୍ଣ୍ଣ ନେଇଛନ୍ତି । ମିଡିଆ ରିପୋର୍ଟ ଅନୂଯାୟୀ ଏବେ ମସ୍କଙ୍କ ଦ୍ୱାରା ପୁଣି ଥରେ ଟ୍ୱିଟରକୁ ପୁରୁଣା ଡିଲ୍ ହିସାବରେ କିଣିବା ନେଇ ଚର୍ଚ୍ଚା ହେଉଛି । ନ୍ୟୁଜ୍ ଏଜେନ୍ସୀ ବ୍ଲୁମବର୍ଗ ମଧ୍ୟ ଏହାର ଏକ ରିପୋର୍ଟରେ କହିଛି ଯେ ମସ୍କ ଟ୍ୱିଟରରେ ବହୁତ କିଛି ନୂଆ ଯୋଡ଼ିବାକୁ ଚାହୁଛନ୍ତି । ଟ୍ୱିଟର ଡିଲକୁ ନେଇ ପୁଣି ମସ୍କ ଆଗକୁ ବଢ଼ିବା ଖବର ମଧ୍ୟରେ ମଧ୍ୟ ନିଜେ ମସ୍କ ଏକ ଟ୍ୱିଟ୍ କରିଛନ୍ତି ।
ନିକଟରେ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ ଟ୍ୱିଟର କିଣିବା ଦ୍ୱାରା ନୂଆ ଆପ୍ ର ନିର୍ମାଣରେ ଶୀଘ୍ରତା ହେବ । ଏହି ଟ୍ୱିଟ୍ ପରେ ଏହା ଅନୁମାନ କରାଯାଉଛି ଯେ ମସ୍କ ଟ୍ୱିଟର ଡିଲକୁ ପୂରା କରିବାକୁ ଯାଉଛି । ଏହିଭଳି ଖବର ମଧ୍ୟରେ ଆମେରିକା ବଜାରରେ ମଧ୍ୟ ଟିଟ୍ୱରର ଶେୟାରରେ ବୃଦ୍ଧି ଦେଖାଦେଇଛି । ମିଡିଆ ରିପୋର୍ଟରେ କୁହାଯାଇଛି ଯେ ମସ୍କ ଟ୍ୱିଟରକୁ ଚିଠି ଲେଖି ଏହି ଡିଲ୍ ପୂରା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଏହା ପୂର୍ବରୁ ଟେସଲା ସିଇଓ ଟ୍ୱିଟରକୁ ଆହୁରି ଅଧିକ ଉପଯୋଗୀ କରିବା ନେଇ କହିଥିଲେ । ବ୍ଲୁମବର୍ଗ ଅନୂଯାୟୀ ମସ୍କ ଏହି ସୋସିଆଲ ମିଡିଆ ଆପ୍ ରେ ୱି–ଚାଟ୍ କିମ୍ବା ଟିକ୍–ଟକ୍ ଭଳି ଅନେକ ନୂଆ ଫିଚର ଯୋଡ଼ିବାକୁ ଚାହୁଛନ୍ତି ।