fbpx

Windows, Apple ଓ Android ବ୍ୟବହାରକାରୀ ହୋଇଯାଆନ୍ତୁ ସତର୍କ, ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ସମସ୍ତ ୱିଣ୍ଡୋ, ଆପଲ୍ ଆଇଫୋନ୍ ଓ ଆଣ୍ଡ୍ରଏଡ୍ ମୋବାଇଲ ବ୍ୟବହାରକାରୀଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ନୋଡାଲ୍ ସାଇବର ସୁରକ୍ଷା ଏଜେନ୍ସି-CERT ପକ୍ଷରୁ ଏନେଇ ଆଲର୍ଟ କରାଯାଇଛି । ଆପଲ ସଫ୍ଟୱେର ଇକୋସିଷ୍ଟମ, ୱିଣ୍ଡେ ଓଏସ ଓ ଗୁଗୁଲ ଆଣ୍ଡ୍ରଏଡ୍ ମୋବାଇଲ ଅପରେଟିଂ ସିଷ୍ଟମକୁ ନେଇ CERT ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି । ଏହି କମ୍ପାନୀଗୁଡ଼ିକର ଅପରେଟିଂ ସିଷ୍ଟମଗୁଡ଼ିକୁ ବ୍ୟବହାର କରି ସାଇବର ଅପରାଧୀମାନେ ଯେ କୌଣସି ଡିଭାଇସରୁ ହ୍ୟାକ୍ କରିପାରୁଛନ୍ତି । ତେଣୁ ଆପଲ, ଆଣ୍ଡ୍ରଏଡ୍ ଓ ୱିଣ୍ଡୋ ବ୍ୟବହାରକାରୀମାନେ ସେମାନଙ୍କର ଡିଭାଇସକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଛି ।

CERT ପକ୍ଷରୁ କୁହାଯାଇଛି ଯେ, ଆଣ୍ଡ୍ରଏଡର ସିଗନାଲ ଆପିଲିକେସନରେ କିଛିଟା ତ୍ରୁଟି ରହିଥିବାରୁ ଜଣଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଅନିୟମିତ ଭାବେ ଚିତ୍ର ପଠାଯାଇ ପାରିବ । ତେଣୁ ବ୍ୟବହାରକାରୀମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ଆଣ୍ଡ୍ରଏଡର ୫.୧୭.୩ ସିଗନାଲ ଭର୍ସନକୁ ଡାଉନଲୋଡ୍ କରିବାକୁ CERT ପକ୍ଷରୁ କୁହାଯାଇଛି । ୱିଣ୍ଡୋ ଓଏସକୁ ଟାର୍ଗେଟ୍ କରି ସ୍ଥାନୀୟ ଅପରାଧୀମାନେ ପାସୱାର୍ଡ ହ୍ୟାକ୍ କରି ଅନେକ କିଛି କରିପାରନ୍ତି । ତେବେ ଅପରାଧୀମାନେ ଏହାର କୌଣସି କ୍ଷତି କରିପାରିବେ ନାହିଁ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି । ସେହିପରି iOS ଓ iPadOSକୁ ମଧ୍ୟ ସ୍ଥାନୀୟ ହ୍ୟାକରମାନେ ଟାର୍ଗେଟ୍ କରି କ୍ଷତି ଘଟାଇ ପାରନ୍ତି । ତେବେ ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଲ ପକ୍ଷରୁ ନିକଟରେ ସେକ୍ୟୁରିଟି ଅପଡେଟ୍ ଜାରି କରାଯାଇଛି ।

Get real time updates directly on you device, subscribe now.