fbpx

ଛୁଇଁଲେ ଦାୟର ହେବ ମାମଲା: ଶାରୀରିକ ସମ୍ପର୍କ ନ ରଖିଲେ ମଧ୍ୟ ରେପ୍ କୁହାଯିବ, ହାଇକୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ: ଦେଶରେ ଘଟୁଥିବା ଯୌନ ସଂକ୍ରାନ୍ତୀୟ ମାମଲାକୁ ନେଇ ବିଭିନ୍ନ ସମୟରେ ନ୍ୟାୟାଳୟ ଅଲଗା ଅଗଲା ରାୟ ଦେଇଛନ୍ତି । ତେବେ ଅନେକ ସମୟରେ କୋର୍ଟଙ୍କର ଏପରି କିଛି ରାୟ ଜନସାଧାରଣଙ୍କୁ ତାଜୁବ୍ କରିଦେବା ସହ ଅପରାଧୀଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଥାଏ । ଏପରି ଏକ ରାୟ ବମ୍ବେ ହାଇକୋର୍ଟ ଶୁଣାଇଛନ୍ତି ।

ଜଣେ ୩୩ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମ ଜନିତ ମାମଲାର ରାୟ ଶୁଣାଇବାକୁ ଯାଇ ବମ୍ବେ ହାଇକୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । କୋର୍ଟଙ୍କ ଅନୁଯାୟୀ, କୌଣସି ମହିଳାଙ୍କ ସହ ଅଭିଯୁକ୍ତ ଶାରୀରିକ ସଂପର୍କ ରକ୍ଷା ନ କରିଥିଲେ ମଧ୍ୟ ତାହାକୁ ଦୁଷ୍କର୍ମ ବୋଲି ଗ୍ରହଣ କରାଯିବା ନେଇ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୬ରେ ଉଲ୍ଲେଖ ରହିଛି । ଯୁବକ ଜଣଙ୍କ ପୀଡ଼ିତାଙ୍କ ସହ ଯୌନ ସମ୍ପର୍କ ରଖି ନଥିବା ଦଲିଲରେ ଉଲ୍ଲେଖ ରହିଥିଲା, ମାତ୍ର ଫୋରେନସିକ୍ ଟିମର ଯାଞ୍ଚ ରିପୋର୍ଟରୁ ଯୌନ ଉତ୍ପୀଡ଼ନ କରାଯାଇଥିବା ପ୍ରମାଣିତ ହୋଇଥିଲା । ଯୌନ ସମ୍ପର୍କ ସ୍ଥାପନ କରନ୍ତୁ ବା ନ କରନ୍ତୁ ପୀଡ଼ିତାଙ୍କ ଶରୀରର ଯୌନାଙ୍ଗକୁ କେବଳ ସ୍ପର୍ଶ କରିବା ଅପରାଧ ଶ୍ରେଣୀଭୁକ୍ତ ଅଟେ ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ମନ୍ଦିରକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଅନ୍ୟ ସ୍ଥାନକୁ ଅପହରଣ କରି ଯୌନ ଉତ୍ପୀଡ଼ନ କରିଥିଲା । ଏହାପରେ ପୀଡ଼ିତା ଅଭିଯୁକ୍ତ କବଳରୁ ଖସି ଘରେ ଏକଥା ଜଣାଇଥିଲେ । ଏ ବିଷୟରେ ପୀଡ଼ିତାଙ୍କ ପରିବାର ବର୍ଗ ଜାଣିବା ପରେ ପୋଲିସରେ ମାମଲା ଦାୟର କରିଥିଲେ । ତଦନ୍ତ ପରେ ଅଭିଯୁକ୍ତ ଅପହରଣ ପରେ ଦୁଷ୍କର୍ମ କରିଥିବା ନେଇ ଦୋଷୀ ସାବ୍ୟସ୍ତ ହୋଇଥିଲା ।

Get real time updates directly on you device, subscribe now.