fbpx

ଘର ମଧ୍ୟରୁ ଉଦ୍ଧାର ହେଲା କଙ୍କାଳ: ‘୫ ବର୍ଷ ପୂର୍ବେ ଦିଅର ସହ ମିଶି ସ୍ୱାମୀଙ୍କୁ କରିଥିଲେ ହତ୍ୟା, ଏବେ ପୁଣି ଦିଅରଙ୍କୁ…’ ସତ ମାନିଲେ ମହିଳା

ଭୋପାଳ: ୫ ବର୍ଷ ପୂର୍ବେ ଜଣେ ମହିଳା ଦିଅର ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ । ଏବେ ସେ ମହିଳା ଜଣକ ପୁଣି ନିଜ ଦିଅକୁ ଆରପାରିକୁ ପଠାଇ ଦେଇଛନ୍ତି । ଏହି ଘଟଣାଟି ଘଟିଛି ଭୋପାଳରେ । ଭୋପାଳ ପୋଲିସ ମହିଳାଙ୍କୁ ପଚରାଉଚରା କରିବା ସମୟରେ ସେ ୫ ବର୍ଷ ପୂର୍ବେ ଦିଅରଙ୍କ ସହ ମିଶି ନିଜ ପତିଙ୍କୁ ହତ୍ୟା କରିଥିଲେ ବୋଲି କହିଥିଲେ ।

ପୋଲିସ ସୂଚନା ଅନୁସାରେ, ଗତକାଲି ଜଣେ ଯୁବକଙ୍କ ଶବ ପୋଲିସ ନଦୀପଠାରୁ ଉଦ୍ଧାର କରିଥିଲା । ତଦନ୍ତ ପରେ ପୋଲିସ ଜଣେ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ତେବେ ମହିଳା ଜଣକ ଏହି ହତ୍ୟାକାଣ୍ଡ କରିଥିବା ସ୍ୱୀକାର କରିବା ସହ ୫ ବର୍ଷ ତଳେ ଘଟିଥିବା ନିଜ ପତିଙ୍କ ହତ୍ୟା ଘଟଣା ବିଷୟରେ ସତ ଓଗାଳିଥିଲେ । ମହିଳା ତାଙ୍କ ଦିଅର ସହ ମିଶି ପତିଙ୍କୁ ହତ୍ୟା କରି ନିଜ ଘରେ ଲୁଚାଇ ରଖିଥିଲେ । ପୋଲିସ ବିଳମ୍ବିତ ରାତିରେ ଭୂଇଁରେ କବର ଦିଆଯାଇଥିବା ଏକ କଙ୍କାଳକୁ ଉଦ୍ଧାର କରି ପୋର୍ଟମର୍ଟମ୍ ପାଇଁ ପଠାଇଥିଲା । ପତିଙ୍କ ହତ୍ୟା ମହିଳା ନିଜ ପୁତ୍ର ଓ ଦିଅରଙ୍କ ସହ ରହୁଥିଲେ । ତେବେ ଦିଅରଙ୍କ ସହ ବିବାଦ ହେବାରୁ ସେ ନିଜ ପୁଅ ସହ ମିଶି ଦିଅରଙ୍କୁ ହତ୍ୟା କରି ନଦୀରେ ଫୋପାଡ଼ି ଦେଇଥିଲେ । ଏହି ଘଟଣାକୁ ନେଇ ପୋଲିସ ମଧ୍ୟ ହତବାକ୍ ହୋଇଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.