fbpx

ଏଣିକି ଅନଲାଇନ ମୋଡରେ ହେବ ପରିବହନ ବିଭାଗର କାମ: ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷରୁ ପରିବହନ ବିଭାଗରେ ବଡ଼ ସଂସ୍କାର ହେବାକୁ ଯାଉଛି । ଏଣିକି ପରିବହନ ବିଭାଗର ସବୁ କାମ ଅନଲାଇନ ମୋଡରେ ହେବ । ଡିଏଲ, ଗାଡ଼ି ପରମିଟ୍ ଭଳି କାମ ଏଣିକି ଅନଲାଇନରେ ହେବ । ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ‘ଏସବୁ କାର୍ଯ୍ୟରେ ଦଲାଲଙ୍କ ଭୂମିକା ରହୁଥିବା ଅଭିଯୋଗ ହେଉଥିଲା । ଦଲାଲଙ୍କ ଭୂମିକା କମିଥିଲେ ବି ସମ୍ପୂର୍ଣ୍ଣ ବନ୍ଦ ହୋଇନି । ତେଣୁ ଅନଲାଇନ ମାଧ୍ୟମରେ କାମ କରିବାକୁ ନିଷ୍ପତ୍ତି ହୋଇଛି ।’ ଆସନ୍ତାକାଲିଠାରୁ ନୂଆ ନିୟମ ଲାଗୁ ହେବ ବୋଲି ମନ୍ତ୍ରୀ ପଦ୍ମନାଭ କହିଛନ୍ତି ।

Get real time updates directly on you device, subscribe now.