fbpx

ଅଗ୍ନାଶୟ ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି କି ? ନିଜ ଖାଦ୍ୟରେ ତୁରନ୍ତ ସମିଲ କରନ୍ତୁ ଏହି ୫ଟି ଜିନିଷ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ କାରଣରୁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଯେଉଁ କାରଣୁ ଆମକୁ ଅନେକ ସମୟରେ କିଛଇ କିଛି ରୋଗର ଶିକାର ହେବାକୁ ପଡିଥାଏ । ତେବେ ଏହି ସମସ୍ୟା ମଧ୍ୟରୁ ଗୋଟିଏ ହେଉଛି ଅଗ୍ନାଶୟ ସମସ୍ୟା । ତେବେ ଅଗ୍ନାଶୟ ଏହଉଛି ଆମ ଶରୀରର ଏକ ଛୋଟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାର ୨ଟି ପ୍ରମୁଖ କାମ ରହିଛି । ପ୍ରଥମ କାମ ହେଉଛି ଏହା ରକ୍ତରେ ଶର୍କରା ନିୟନ୍ତ୍ରଣ କରିବା ପାଇଁ ଇନ୍ସୁଲିନ୍ ଉତ୍ପାଦନ କରେ ଏବଂ ଦ୍ୱିତୀୟ କାମ ହେଉଛି ଚର୍ବି ଏବଂ ପ୍ରୋଟିନ୍ ପାଇଁ ହଜମକାରୀ ଏନଜାଇମ୍ ଉତ୍ପାଦନ କରେ ।

ଯଦି ଆପଣଙ୍କର ଅଗ୍ନାଶୟ ସଠିକ୍ ଭାବରେ କାମ କରିବା ବନ୍ଦ କରେ ତେବେ ଆପଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଆପଣ ନିଜ ଖାଦ୍ୟରେ ଏପିର କିଛି ସାମିଲ କରନ୍ତୁ ଯାହା ଆପଣଙ୍କ ଅଗ୍ନାଶୟକୁ ସୁସ୍ଥ ରଖିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଅଗ୍ନାଶୟ ପାଇଁ ରାମବାଣ ସଦୃଶ କାମ କରୁଥିବା ଏହି ୫ ଟି ଜିନିଷ ବିଷୟରେ…

ପିଆଜ ଏବଂ ରସୁଣ: ପିଆଜ ଏବଂ ରସୁଣ ଅଗ୍ନାଶୟ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଅଗ୍ନାଶୟ ଦ୍ୱାରା ଇନସୁଲିନ୍ ଉତ୍ପାଦନ ବୃଦ୍ଧି କରି ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ । ରସୁଣ କିମ୍ବା ପିଆଜ ସେବନ କରିବା ଦ୍ୱାରା ଏହା ଆପଣଙ୍କ ଅଗ୍ନାଶୟକୁ ସୁସ୍ଥ ରଖେ । ପ୍ରତିଦିନ ଦୁଇଟି ରସୁଣ ପାଖୁଡାକୁ ଛେଚି ଖାଆନ୍ତୁ ଏବଂ ଏହାକୁ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଅଗ୍ନାଶୟ ସମସ୍ୟା ଦୂର ହେବା ସହ ଶରୀର ମଧ୍ୟ ସୁସ୍ଥ ରହିବ । ତେବେ ଆପଣ ପ୍ରତିଦିନ ରସୁଣ ଚାହା ମଧ୍ୟ ସେବନ କରି ପାରିବେ ।

ଲେମ୍ବୁ:ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ଆପଣଙ୍କ ଶରୀରରେ ହଜମକାରୀ ଏନଜାଇମ୍ ଉତ୍ପାଦନକୁ ବୃଦ୍ଧି କରିଥାଏ । ଯାହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ସଠିକ୍ ରହିଥାଏ ଏବଂ ଅଗ୍ନାଶୟ ମଧ୍ୟ ସୁସ୍ଥ ରହେ । ତେଣୁଏହାକୁ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ସାମିଲ କରନ୍ତୁ ।

ଜୁଆଁଣି ଫୁଲ: ଜୁଆଁଣି ଫୁଲ ଖାଦ୍ୟରେ ଏକ ସ୍ୱତନ୍ତ୍ର ସ୍ୱାଦ ଦେଇଥାଏ । ଏଥିସହିତ ମଧୁମେହ କାରଣରୁ ହେଉଥିବା ଅକ୍ସିଡେସନ୍ ପାଇଁ ମଧ୍ୟ ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଚିକିତ୍ସା । ତେବେ ଜୁଆଁଣି ଫଲରେ ଥିବା ଔଷଧୀୟ ଗୁଣଗୁଡିକ ଇନସୁଲିନ୍ ଉତ୍ପାଦନକାରୀ ଅଙ୍ଗ ଅର୍ଥାତ ଅଗ୍ନାଶୟକୁ ସମସ୍ତ ପ୍ରକାରର କ୍ଷତିରୁ ରକ୍ଷା କରିଥାଏ ।

ପତ୍ରଯୁକ୍ତ ପନିପରିବା(ଶାଗ): ପତ୍ରଯୁକ୍ତ ପନିପରିବା ଅର୍ଥାତ ଶାଗରେ ବିଭିନ୍ନ ପ୍ରକାର ପୁଷ୍ଟିକର ଗୁଣ ରହିଥାଏ । ଯାହାଫଳରେ ଏହା ଆମ ଶରୀରକୁ ସୁସ୍ଥ ରଥିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ କରିଥାଏ । ସେହିପରି ଶାଗ ବ୍ୟତୀତ ସବୁଜ ପନିପରିବା ଯେପରିକି, ବ୍ରୋକୋଲି, ବ୍ରୁସେଲ୍ସ ସ୍ପ୍ରାଟ୍ସ, ଫୁଲକୋବି ଏବଂ ପତ୍ର କୋବି ମଧ୍ୟ ଶରୀର ପାଇଁ ବହୁତ ଲାଭଦାୟକ ଅଟନ୍ତି । ଏହା ଅଗ୍ନାଶୟକୁ ଟ୍ୟୁମରରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ଟୋଫୁ: ଆପଣ ଯେତେବେଳେ ନିଜ ଖାଦ୍ୟରେ ଅଧିକ ପ୍ରୋଟିନ୍ ସାମିଲ କରୁଛନ୍ତି, ସେତେବେଳେ କମ ଚର୍ବିଯୁକ୍ତ ପ୍ରୋଟିନ୍ ପ୍ରତି ଧ୍ୟାନ ଦିଅନ୍ତୁ । ବିଶେଷ କରି ଅଗ୍ନାଶୟକୁ ସୁସ୍ଥ ରଖିବା ପାଇଁ କମ୍ ଚର୍ବିଯୁକ୍ତ ପ୍ରୋଟିନ ଆବଶ୍ୟକ । ତେଣୁ ଆପଣ ନିଜ ଖାଦ୍ୟରେ ଟୋଫୁକୁ ସାମିଲ କରନ୍ତୁ । ଏହା ଏକପ୍ରକାର ପ୍ରୋଟିନ ଜାତୀୟ ଖାଦ୍ୟ,ଯେଉଁଥିରେ ଖୁବ୍ କମ ମାତ୍ରାରେ ଚର୍ବି ରହିଥାଏ । ଯାହା ଆପଣଙ୍କ ହଜମ ପ୍ରକ୍ରିୟାର ଉତ୍ତମ ପୁନରୁଦ୍ଧାରକୁ ପ୍ରୋତ୍ସାହିତ କରିଥାଏ ଏବଂ ଆପଣଙ୍କ ଅଗ୍ନାଶୟକୁ ନଷ୍ଟ ହେବାରୁ ରକ୍ଷା କରିଥାଏ ।

Get real time updates directly on you device, subscribe now.