ମହାକୁମ୍ଭ ପାଇଁ ଯୋଗୀ ସରକାରଙ୍କ ବଡ଼ ଘୋଷଣା, ଦେଶ ବିଦେଶରେ ଅୟୋଜିତ ହେବ ରୋଡ୍ ଶୋ

ଲକ୍ଷ୍ନୌ: ଆସନ୍ତା ଜାନୁଆରୀରେ ପ୍ରୟାଗରାଜରେ ଭବ୍ୟ ମହାକୁମ୍ଭ ଆୟୋଜିତ ହେବ । ଏଥିପାଇଁ ଯୋଗୀ ସରକାର ଏବେଠାରୁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ଏଥିମଧ୍ୟରୁ ମହାକୁମ୍ଭ ୨୦୨୫ ପାଇଁ ଦେଶରେ ବଡ଼ ସହର ତଥା ବିଦେଶରେ ଭବ୍ୟ ରୋଡ୍ ଶୋ ଆୟୋଜିତ ହେବାର ପ୍ରସ୍ତାବକୁ ସରକାରଙ୍କ ଅନୁମୋଦନ ମିଳିଛି ।

ଆସନ୍ତା ଜାନୁଆରୀ ୧୩ରୁ ଫେବୃଆରୀ ୨୬ ପର୍ଯ୍ୟନ୍ତ ପ୍ରୟାଗରାଜରେ ଭବ୍ୟ ମହାକୁମ୍ଭ ଆୟୋଜିତ ହେବ । ଏହା ସନାତନ ଧର୍ମର ସବୁଠାରୁ ବଡ଼ ଉତ୍ସବକୁ ଭବ୍ୟ କରିବା ପାଇଁ ଯୋଗୀ ସରକାର ବର୍ତ୍ତମାନ ଆକ୍ସନ ମୋଡରେ । ଭାରତର ନୂଆଦିଲ୍ଲୀ, ମୁମ୍ବାଇ, ପୁନେ, ଜୟପୁର, ହାଇଦ୍ରାବାଦ, ତିରୁବନନ୍ତପୁରମ, ଅହମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, କୋଲକାତା, ଗୁଆହାଟି, ଡେରାଡୁନ୍, ଭୋପାଲ, ଚଣ୍ଡିଗଡ଼ ଏବଂ ପାଟନା ଭଳି ସହରରେ ରୋଡ୍ ଶୋ ଆୟୋଜିତ ହେବ । ସେହିପରି ନେପାଲ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ ଏବଂ ମରିସସ୍ ଭଳି ଅନ୍ୟ ଦେଶରେ ରୋଡ୍ ଶୋ ହେବ ବୋଲି କ୍ୟାବିନେଟ୍ ମନ୍ତ୍ରୀ ଏ.କେ ଶର୍ମା କହିଛନ୍ତି । ଏଥିପାଇଁ ୨୨୦ଟି ବାହନ କ୍ରୟ କରାଯିବାର ଯୋଜନା ରହିଛି । କହିରଖୁଛୁ କୁମ୍ଭ ମେଳା ପ୍ରତ୍ୟେକ ୩ ବର୍ଷରେ, ଅର୍ଦ୍ଧ କୁମ୍ଭ ମେଳା ୬ ବର୍ଷରେ ଏବଂ ମହାକୁମ୍ଭ ମେଳା ପ୍ରତ୍ୟେକ ୧୨ ବର୍ଷରେ ଥରେ ଆୟୋଜିତ ହୋଇଥାଏ ।