fbpx

ବିଶ୍ୱର ଏହି ୬୦ଟି ଦେଶକୁ ଆପଣ ବିନା ଭିସାରେ ଏଣ୍ଟ୍ରି କରିପାରିବେ, ଜାଣନ୍ତୁ କିପରି ଓ ଦେଖନ୍ତୁ ତା’ର ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ଅଧିକାଂଶ ଲୋକଙ୍କର ବିଭିନ୍ନ ଦେଶ ପରିଭ୍ରମଣ କରିବାର ସଉକ ରହିଥାଏ । ତେବେ ନିକଟରେ ଲଣ୍ଡନର ଇମିଗ୍ରେସନ କନସଲଟ୍ୟାନ୍ସି ‘ହେନଲୀ ଆଣ୍ଡ ପାସପୋର୍ଟ’ ପକ୍ଷରୁ ୨୦୨୨ ବର୍ଷ ପାଇଁ ବିଶ୍ୱର ୧୯୯ଟି ଦେଶର ପାସପୋର୍ଟ ରାଙ୍କିଂ ଜାରି କରିଛି । ଭାରତୀୟ ପାସପୋର୍ଟକୁ ଏଥିରେ ୮୭ତମ ସ୍ଥାନ ମିଳିଛି । ଭାରତୀୟ ପାସପୋର୍ଟଧାରୀ ବିଶ୍ୱର ୬୦ଟି ଦେଶକୁ ବିନା ଭିସାରେ ଯାଇପାରିବେ ।

କୋଭିଡ୍ ମହାମାରୀ ପରେ ଏବେ ବିଶ୍ୱର ବିଭିନ୍ନ ଦେଶ ସେମାନଙ୍କର ଟ୍ୟୁରିଜିମ୍ ଦ୍ୱାର ଖୋଲିଦେଇଛନ୍ତି । ଯେ କୌଣସି ଦେଶକୁ ଯିବାକୁ ହେଲେ ପାସପୋର୍ଟ ନିହାତି ଜରୁରୀ । ଯେଉଁ ଦେଶର ପାସପୋର୍ଟ ଯେତେ ଶକ୍ତିଶାଳୀ ହୋଇଥିବ, ସେ ଦେଶର ନାଗରିକଙ୍କର ଅନ୍ୟ ଦେଶକୁ ଯିବା କ୍ଷେତ୍ରରେ ସମସ୍ୟା ସେତେ ହ୍ରାସ ପାଇବ । ଏଥିସହିତ ବିଦେଶ ଯାତ୍ରା ପୂର୍ବରୁ ଭିସା ପାଇଁ ଆପ୍ଲାଏ ମଧ୍ୟ କରିବାକୁ ପଡ଼ିବ ନାହିଁ ।

ତେବେ ଜଣେ ଭାରତୀୟ ପାସପୋର୍ଟ ଧାରୀ ଏହି ସମସ୍ତ ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ । କୁକ ଆଇଲ୍ୟାଣ୍ଡ, ଫିଜୀ, ମାର୍ଶଲ ଆଇଲ୍ୟାଣ୍ଡ, ମାଇକ୍ରୋନୀଶିୟା, ନିୟୁ, ପଲାଉ ଆଇଲ୍ୟାଣ୍ଡ, ସମାଓ, ତୁବାଲୁ, ବନୁଆଟୁ, ଇରାନ, ଜୋର୍ଡନା, ଓମାନ, କତର, ଅଲବାନିଆ, ସର୍ବିଆ, ବାରବାଡୋସ, ବ୍ରିଟିଶ ଭର୍ଜିନ ଆଇଲ୍ୟାଣ୍ଡ, ଡୋମିନିକା, ଗ୍ରେନେଡା, ହାଇତି, ଜମାଇକା, ମୋଣ୍ଟେସେରାଟ, ସେଣ୍ଟ କିଟସ ଆଣ୍ଡ ନେବିସ, ସେଣ୍ଟ ବିଂସେଟ ଆଣ୍ଡ ଗ୍ରେନେଜିୟନ୍ସ, ତ୍ରିନାଦ ଓ ଟୌବାଗୋ, କାମ୍ବୋଡ଼ିଆ, ଇଣ୍ଡୋନେସିଆ, ଭୂଟାନ, ସେଣ୍ଟ ଲୁସିଆ, ଲାଓସ, ମକାଓ, ମାଲଦୀଭ, ମିଆମାର, ନେପାଳ, ଶ୍ରୀଲଙ୍କା, ଥାଇଲାଣ୍ଡ, ତିମୋର-ଲିସ୍ତେ, ବୋଲିଭିଆ, ଗୌବାନ, ଗିନୀ-ବିସାଊ, ମେଡାଗାସ୍କର, ମାରିଟାନିୟା, ମରିଶସ, ମୋଜାମ୍ବିକ, ରୁଆଣ୍ଡା, ସେନେଗଲ, ସେଶଲ୍ସ, ସିଏରା ଲିୟୋନ, ସୋମାଲିଆ, ତାଞ୍ଜାନିଆ, ଟୋଗୋ, ଟ୍ୟୁନିଶିଆ, ୟୁଗାଣ୍ଡା, ଇଥିଓପିଆ, ଜିମ୍ବାୱେ, ପେବ ବର୍ଡେ ଆଇଲ୍ୟାଣ୍ଡ, କୋମୋରୋ ଆଇଲ୍ୟାଣ୍ଡ, ଏଲ ସାଲବାଡୋର, ବୋଟସୱାନା, ବୁରୁଣ୍ଡୀ ।

Get real time updates directly on you device, subscribe now.