(video)ଏହି ଖେଳାଳି ବଦଳାଇ ଦେଲେ ବୋଲିଂ କରିବାର ତରିକା, ସୋସିଆଲ ମିଡିଆରେ ଜୋରଦାର ଭାଇରାଲ

କ୍ରିକେଟ୍ ଏପରି ଏକ ଖେଳ ଯାହାକୁ ଭାରତରେ ଏକ ପର୍ବ ଭଳି ମନାଯାଏ । କ୍ରିକେଟରେ ଜିତିବା ପାଇଁ ହେଲେ ଭଲ ବ୍ୟାଟିଂ ସହିତ ଭଲ ବୋଲିଂର ମଧ୍ୟ ପୁରା ଯୋଗଦାନ ରହିଛି । ବୋଲିଂ ତ ସମସ୍ତେ କରିପାରିବେ କିନ୍ତୁ ଭଲ ବୋଲିଂ କରିବା ସମସ୍ତଙ୍କ ପାଇଁ ଏତେ ସହଜ ନୁହେଁ । ଭଲ ବୋଲିଂ କରିବା ସମୟରେ ବୋଲରଙ୍କ ଆକ୍ସନ ମଧ୍ୟ ବହୁତ ଗୁରୁତ୍ୱ ରଖିଥାଏ । କେହି କେହି ବୋଲର ଦୀର୍ଘ ରନଅପ୍ ସହିତ ଫାଷ୍ଟ ବଲ୍ ପକାଇଥାଏ ତ ଆଉ କେହି ଛୋଟ ରନଅପ୍‌ରେ ଦ୍ରୁତ ଗତିରେ ବଲ୍ ପକାଇଥାଏ । କିନ୍ତୁ ଆପଣ କେବେ ନୃତ୍ୟ କରି କରି କେହି ବୋଲିଂ କରୁଥିବାର ଦେଖିଛନ୍ତି କି ?

ଏବେ ଭାଇରାଲ ହେଉଥିବା ଭିଡିଓରେ ଏପରି କିଛି ନଜର ଆସୁଛି । ଭିଡିଓକୁ ଦେଖିବା ପରେ ଆପଣ ନିଜ ହସ ଅଟକାଇ ପାରିବେ ନାହିଁ ।

ଦେଖିବାକୁ ମିଳୁଛି କି ବୋଲର ବଲ୍ ପକାଇବାକୁ ଲମ୍ବା ରନଅପ୍ ନେଉଛି । ଏହାପରେ ସେ ଅଜବ ତରିକାରେ ଦୌଡିବା ଆରମ୍ଭ କରୁଛନ୍ତି ଓ ବୋଲିଂ କରିବା ପୂର୍ବରୁ ପଞ୍ଜାବୀ ଭାଙ୍ଗଡା କରିବାରେ ଲାଗୁଛନ୍ତି ଓ ଏହାପରେ ବଲ୍ ପକାଉଛନ୍ତି । ଏହାପରେ ଦ୍ୱିତୀୟ ଥର ବୋଲିଂ ସମୟରେ ତରିକା ବଦଳାଇ ଦେଉଛନ୍ତି ଓ ଅଲଗା ପ୍ରକାର ଡ୍ୟାନ୍ସ କରି ବଲ୍ ପକାଉଛନ୍ତି । କେବଳ ଏତିକି ନୁହେଁ ବ୍ୟାଟସମ୍ୟାନକୁ ଆଉଟ୍ କରିବା ପରେ ସେ ପଡିଆରେ ନିଜ ଟି’ସାର୍ଟ ଖୋଲି ଡ୍ୟାନ୍ସ କରିବାରେ ଲାଗୁଛନ୍ତି । ଏବେ ତାଙ୍କର ଏହି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଭିଡିଓଟିକୁ ଟୁଇଟରରେ @RVCJ_FB ନାମକ ଆକାଉଣ୍ଟରେ ସେୟାର କରାଯାଇଛି ।