fbpx

Video; ଚପଲ ଚୋରି ନ ହେବା ପାଇଁ ଯୁବକଙ୍କ ଅଭିନବ ପ୍ରୟାସ, ରଖିଲା ବେଳେ କାଢ଼ି ନେଲେ ଫିତା 

Advertisement

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଥାଏ । ଲୋକମାନେ ଏସବୁକୁ ଦେଖି ମଜା ନେଇଥାନ୍ତି । ତେବେ ଅନେକ ଭିଡିଓ ଦେଖିଲେ ନିଜର ହସକୁ କଣ୍ଟ୍ରୋଲ କରି ହୋଇନଥାଏ । ଯାହାକୁ ନଦେଖିଲେ ବିଶ୍ୱାସ କରିହେବନି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବକଙ୍କ ମଜାଳିୟା ହରକତ୍ ଦେଖି ଆପଣ ବି ନହସି ରହି ପାରିବେ ନାହିଁ ।

ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ୟୁବକ ତାଙ୍କ ଚପଲ ଚୋରି ହେବା ଭୟରେ ସେ ତାଙ୍କ ଚପଲର ଫିତା କାଢି ନେଇଯାଉଛନ୍ତି । ଭିଡିଓରେ ଯୁବକ ଜଣକ ପ୍ରଥମେ ଏପରି ଏକ ସ୍ଥାନକୁ ଯାଉଚନ୍ତି ସେଠାରେ ପୂର୍ବରୁ ଅନେକ ଲେକଙ୍କ ଚପଲ ଥୁଆ ହୋଇଛି । ସେଠାରେ ଯୁବକ ଜଣକ ପହଞ୍ଚି ପ୍ରଥମେ ଚପଲ ଓହ୍ଲାଉଛନ୍ତି ଏବଂ ସେଠାରେ ରଖୁଛନ୍ତି ।

ହେଲେ ସବୁଠୁ ଆଶ୍ଚର୍ଯ୍ୟର କଥା ସେ ପରେ ତାଙ୍କ ଚପଲରୁ ଫିତା କାଢ଼ି ଦେଉଛନ୍ତି । ଦୁଇଟା ଯାକ ଚପଲରୁ ଫିତା କାଢ଼ି ତାଙ୍କ ପ୍ୟାକେଟରେ ଭର୍ତ୍ତି କରୁଛନ୍ତି । ଏବଂ ସେଠାରୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ଫେରି ଯାଉଛନ୍ତି । ଯାହାକୁ ଆପଣ ଦେଖିଲେ ନ ହସି ରହିପାରିବେ ନାହିଁ । ଏହି ଭି଼ିଓଟିକୁ @RVCJ_FB ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ବର୍ତ୍ତମାନ ସୁଧା ଏହି ଭିଡିଓକୁ ସାଢ଼େ ଚାରି ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଦେଖି ସାରିଲେଣି । ଅନେକ ଲୋକ ଭିଡିଓରେ ମଜାଳିଆ କମେଣ୍ଟ ଦେଇଥିବା ଦେଖିବାକୁ ମିଳୁଛି । 

 

Get real time updates directly on you device, subscribe now.