(Video) ‘ଏବେ ଯଦି କିଏ ମୋଦୀ-ମୋଦୀ ସ୍ଲୋଗାନ ଦିଅନ୍ତି ତେବେ ତାକୁ ଚାପୁଡା ମାରିବା ଆବଶ୍ୟକ’, ଏପରି କାହିଁକି କହିଲେ କର୍ଣ୍ଣାଟକର ମନ୍ତ୍ରୀ
ବେଙ୍ଗାଲୁରୁ: କର୍ଣ୍ଣାଟକରେ କନ୍ନଡ଼ ଏବଂ ସଂସ୍କୃତି ବିଭାଗର ମନ୍ତ୍ରୀ ଏବଂ କଂଗ୍ରେସର ନେତା ଶିବରାଜ ତଙ୍ଗାଡାଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମର୍ଥକଙ୍କ ଉପରେ ବର୍ଷିଛନ୍ତି । ରୋଜଗାର ପ୍ରସଙ୍ଗକୁ ନେଇ କହିଛନ୍ତି ଯେ, ଯେଉଁ ଯୁବକ ଏବଂ ଛାତ୍ର ମୋଦୀ-ମୋଦୀ ସ୍ଲୋଗାନ ଦେଉଛନ୍ତି, ତାଙ୍କୁ ଚାପୁଡା ମାରିବା ଆବଶ୍ୟକ ।
ନିର୍ବାଚନ ପ୍ରଚାର ସମୟରେ ସୋମବାର ଦିନ ପ୍ରଦେଶର କୋପ୍ପଲ ଜିଲ୍ଲାରେ କରାତାମୀରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଦୁଇ କୋଟି ଚାକିରି ଦେବାର ପ୍ରତିଜ୍ଞା କରିଥିଲେ । କଣ ସେ ଚାକିରି ଦେଇଛନ୍ତି? ଯେବେ ଚାକିରି ବିଷୟରେ ପଚରାଗଲା ସେ କହିଲେ ପକୁଡି ବିକ୍ରି କର । ଯଦି କେହି ଛାତ୍ର ବା ଯୁବକ ଏବେ ବି ମୋଦୀ-ମୋଦୀ କହୁଛି ତେବେ ତାଙ୍କୁ ଚାପୁଡା ମାରିବା ଆବଶ୍ୟକ ।
କଂଗ୍ରେସ ନେତା ମୁତାବକ, ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷରୁ ମିଥ୍ୟା କହି ଚାଲିଆସିଛନ୍ତି । ଏଥିରେ ତାଙ୍କୁ ଲାଗୁଛି ଯେ, ସେ ଲୋକଙ୍କୁ ପଞ୍ଚ ବର୍ଷ ଆହୁରି ବୋକା ବନେଇବେ । ପ୍ରଧାନମନ୍ତ୍ରୀ ଭାରତରେ ୧୦୦ ସ୍ମାର୍ଟ ସହର ନିର୍ମାଣ କରିବାକୁ ପ୍ରତିଜ୍ଞା କରିଥିଲେ । ମୁଁ ପଚାରିବାକୁ ଚାହୁଁଛି ଯେ, ସେହି ସ୍ମାର୍ଟ ସହର କୁଆଡେ ଗଲା? ଆପଣମାନେ ସେହି ସହର ମଧ୍ୟରୁ ଗୋଟିଏର ନାମ କୁହନ୍ତୁ ।
#WATCH | Karnataka: During the election campaign in Koppal, Karnataka Minister and Congress leader Shivaraj S Tangadagi says, "Two crore jobs PM Modi promised. Did he give it? They should be ashamed. Those youth supporters of his who chant 'Modi Modi', can slap them. They have… pic.twitter.com/1MAmbkUt32
— ANI (@ANI) March 25, 2024