fbpx

ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବ ଭାରତୀୟ ଟିମ୍, ଜୁଲାଇରେ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଯିବା ପାଇଁ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ୱରେ ଗଠିତ ଭାରତୀୟ କ୍ରିକେଟ ଦଳ ମୁମ୍ବାଇରେ ୧୪ ଦିନ କ୍ୱାରେଣ୍ଟାିନରେ ରହିବେ । ଆସନ୍ତା ୧୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଭାରତୀୟ ଦଳ କ୍ୱାରେଣ୍ଟାଇନରେ ରହିବା ପରେ ଶ୍ରୀଲଙ୍କା ଗସ୍ତରେ ଯିବେ । ତେବେ କ୍ୱାରେଣ୍ଟାଇନ ସମୟ ମଧ୍ୟରେ ସବୁ ଖେଳାଳିଙ୍କର ଆଟି-ପିସିଆର ଟେଷ୍ଟ କରାଯିବ । ଯେଉଁ ମାନଙ୍କର କରୋନା ରିପୋର୍ଟ ନେଗେଟିଭ ଆସିବ ,ସେମାନଙ୍କୁ
ଶ୍ରୀଲଙ୍କା ଗସ୍ତରେ ଯିବାପାଇଁ ଅନୁମତି ମିଳିବ ।

ସୂଚନା ଯୋଗ୍ୟ ଯେ ଭାରତୀୟ ଦଳ ଶ୍ରୀଲଙ୍କା ବି କ୍ଷରେ ତିନି ଦିନିକିଆ ଓ ତିନି ଟି-୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.