ଶିକ୍ଷକ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର: ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବେ ସରକାର, ପିଅନ-କିରାଣୀ ହେବେ ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ସୂଚନା ।

ଆବଶ୍ୟକସ୍ଥଳେ ପିଅନ ଓ କିରାଣୀ ମଧ୍ୟ ନିଯୁକ୍ତି ପାଇବେ । ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତ ହେଲେଣି ।

ଅନ୍ୟପଟେ ରାଜ୍ୟରେ ବନ୍ଦ ଥିବା ସ୍କୁଲକୁ ଖୋଲିବା ନେଇ ମଧ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ପୂର୍ବ ସରକାର ତରବରିଆ ଭାବେ ସ୍କୁଲର ମିଶ୍ରଣ କରିଥିଲା ।

ସ୍କୁଲ ଖୋଲିବା ଦ୍ୱାରା ଶିକ୍ଷକ ମଧ୍ୟ ନିଯୁକ୍ତ ହେବେ । ଯାହାପାଇଁ ଆଗାମୀ ଦିନରେ ୧୦ ଜହାରରୁ ଅଦିକ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ ।