ରେଳବାଇରେ ୧୦୩୬ ପଦବୀ ଖାଲି: ଚାଲିଛି ବମ୍ପର ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୯ା୧: ରେଳବାଇ ନିଯୁକ୍ତି ବୋର୍ଡ (RRB) ୧୦୩୬ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖକୁ ବୃଦ୍ଧି କରିଛି। ଏବେ ପ୍ରାର୍ଥୀମାନେ ୧୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ପୂର୍ବରୁ ଏହି ତାରିଖ ୬ ଫେବୃଆରୀ ୨୦୨୫ ସ୍ଥିର କରାଯାଇଥିଲା। ପ୍ରାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ନିଯୁକ୍ତି ବୋର୍ଡ ଏହି ନିଷ୍ପତ୍ତି ନେଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀମାନେ ଫେବୃଆରୀ ୧୮ ପର୍ଯ୍ୟନ୍ତ ଫି ଦାଖଲ କରିପାରିବେ ଏବଂ ୨୮ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ସେମାନଙ୍କର ଆବେଦନ ସଂଶୋଧନ କରିପାରିବେ।

ଏହି ପଦବୀ ପଡ଼ିଛି ଖାଲି

ପିଜିଟି (ସ୍ନାତକୋତ୍ତର ଶିକ୍ଷକ)
ଟିଜିଟି (ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ)
ପିଆରଟି (ପ୍ରାଥମିକ ଶିକ୍ଷକ)
ସଂଗୀତ ଶିକ୍ଷକ
ମହିଳା ଜୁନିଅର ସ୍କୁଲ ଶିକ୍ଷୟିତ୍ରୀ
ମହିଳା ସହକାରୀ ଶିକ୍ଷୟିତ୍ରୀ (ପ୍ରାଥମିକ ବିଦ୍ୟାଳୟ)
ଲ୍ୟାବ୍ ସହାୟକ
ଲାଇବ୍ରେରିଆନ୍
କନିଷ୍ଠ ଅନୁବାଦକ (ହିନ୍ଦୀ)

RRB ନିଯୁକ୍ତି ୨୦୨୫ର ଗୁରୁତ୍ୱପୂର୍ଣ୍ଣ ତାରିଖ

ଆବେଦନ ଆରମ୍ଭ: ୭ ଜାନୁଆରୀ ୨୦୨୫
ଆବେଦନର ଶେଷ ତାରିଖ: ୧୬ ଫେବୃଆରୀ ୨୦୨୫
ଫି ପ୍ରଦାନର ଶେଷ ତାରିଖ: ୧୮ ଫେବୃଆରୀ ୨୦୨୫
ସଂଶୋଧନ ଆବେଦନର ଶେଷ ତାରିଖ: ୨୮ ଫେବୃଆରୀ ୨୦୨୫
ପରୀକ୍ଷାର ପଦ୍ଧତି: କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBT)

ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା

ବିଜ୍ଞପ୍ତି ଅନୁଯାୟୀ, ସ୍ନାତକୋତ୍ତର, ସ୍ନାତକ ଏବଂ ଦ୍ୱାଦଶ ପାସ୍ ପ୍ରାର୍ଥୀ ଆବେଦନ କରିପାରିବେ। କିଛି ପଦବୀ ପାଇଁ ଏକ ସ୍ୱତନ୍ତ୍ର ଡିପ୍ଲୋମା କିମ୍ବା ଡିଗ୍ରୀ ଆବଶ୍ୟକ ହୋଇପାରେ।

ବୟସ ସୀମା

ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ସ୍ଥିର କରାଯାଇଛି। ଯେତେବେଳେ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୮ ବର୍ଷ ଧାର୍ଯ୍ୟ କରାଯାଇଛି।

ଚୟନ ପ୍ରକ୍ରିୟା

ଲିଖିତ ପରୀକ୍ଷା
ଶାରୀରିକ ପରୀକ୍ଷା
ଡକ୍ୟୁମେଣ୍ଟ ଯାଞ୍ଚକରଣ
ଡାକ୍ତରୀ ପରୀକ୍ଷା

CBT ପରୀକ୍ଷା ୯୦ ମିନିଟ୍‌ର ହେବ, ଯେଉଁଥିରେ ମୋଟ ୧୦୦ଟି ବହୁବିକଳ୍ପ ପ୍ରଶ୍ନ ରହିବ। ଏଥିରେ ବୃତ୍ତିଗତ କ୍ଷମତା, ସାଧାରଣ ସଚେତନତା, ସାଧାରଣ ବୁଦ୍ଧିମତା ଏବଂ ଯୁକ୍ତି, ଗଣିତ ଏବଂ ସାଧାରଣ ବିଜ୍ଞାନ ସମ୍ପର୍କିତ ପ୍ରଶ୍ନ ପଚରାଯିବ। ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୧/୩ ନମ୍ବର କଟାଯିବ।