fbpx

WSC ପକ୍ଷରୁ ବାହାରିଲା ୧୨୫ଟି ପଦବୀ: ଡିସେମ୍ବର ୨୨ ଆବେଦନର ଅନ୍ତିମ ତାରିଖ

Advertisement

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ୱାର୍ଲ୍ଡ ସ୍କିଲ ସେଣ୍ଟର (ଡବ୍ଲ୍ୟୁଏସସି) ପକ୍ଷରୁ ୧୨୫ଟି ପଦବୀ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଡେପୁଟି ଡାଇରେକ୍ଟର, କୋର୍ସ ମ୍ୟାନେଜର, ଟ୍ରେନର, ଅଫିସର, ପର୍ସନାଲ ଆସିଷ୍ଟାଣ୍ଟ ଓ ଅନ୍ୟ ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଡିସେମ୍ବର ମାସ ୭ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ୨୨ରେ ସମାପ୍ତ ହେବ । ଫି’ ଦାଖଲ କରିବାର ଅନ୍ତିମ ତାରିଖ ରହିଛି ଡିସେମ୍ବର ୨୪ ତାରିଖ । ବିଭିନ୍ନ ପଦବୀ ପାଇଁ ବୟସ ଯୋଗ୍ୟତା ଅଲଗା ଅଲଗା ରହିଥିବା ବେଳେ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ପ୍ରାର୍ଥୀ ଡିପ୍ଲୋମା / ଡିଗ୍ରୀ / ଏମବିଏ / ଏମଏସଡବ୍ଲ୍ୟୁ / ଏମସିଏ / ପିଜିଡିଏମ / ପିଜି (ପ୍ରାସଙ୍ଗିକ ଟ୍ରେଡରେ) ପାସ୍ କରିଥିବା ଆବଶ୍ୟକ । ଜେନେରାଲ / ୟୁଆର / ଏସଇବିସି ପ୍ରାର୍ଥୀ ୧୫୦୦ ଟଙ୍କା ଆବେଦନ ଫିସ୍ ଦାଖଲ କରିବାକୁ ଥିବାବେଳେ ଏସସି / ଏସଟି / ପିଡବ୍ଲ୍ୟୁବିଡି ପ୍ରାର୍ଥୀଙ୍କୁ କୌଣସି ଫିସ୍ ଦେବାକୁ ପଡ଼ିବ ନାହିଁ ।

ଅନଲାଇନ୍ ଆବେଦନ ଲିଙ୍କ: https://www.worldskillcenter.org/login?next=/apply

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-WSCOdisha-Various-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.worldskillcenter.org/

Get real time updates directly on you device, subscribe now.