fbpx

ହିଞ୍ଜିଳିକାଟୁ ପାଇଁ ୧୪ଟି ପ୍ରକଳ୍ପ ଉର୍ଚୁଆଲରେ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର):   ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ବିକାଶ  ପାଇଁ ୧୪ଟି ପ୍ରକଳ୍ପ ଉର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୮ କୋଟି ଟଙ୍କାରେ ନିର୍ମାଣ ହୋଇଛି ବିଭିନ୍ନ ପ୍ରକଳ୍ପ । ହିଞ୍ଜିଳିକାଟୁ ନୂଆ ବସ୍‌ ଟର୍ମିନାଲକୁ ମଧ୍ୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ । ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତ ବିନୋଦନ କେନ୍ଦ୍ର ମଧ୍ୟ ଉଦ୍‌ଘାଟନ କରାଯାଇଛି । ବିଜୁ ପଟ୍ଟନାୟକଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି କୁ  ମଧ୍ୟ ଉଦ୍‌ଘାଟନ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ମହାମାରୀ ଯୋଗୁ ସେ ବହୁତ ଦିନ ହେଲା ହିଞ୍ଜିଳି ଯାଇପାରି ନାହାନ୍ତି। ଏବେ ପରିସ୍ଥିତିରେ ଉନ୍ନତି ଆସିଥିବାରୁ ସେ ଖୁବ ଶୀଘ୍ର ହିଞ୍ଜିଳି ଗସ୍ତ କରି ଲୋକଙ୍କୁ ଭେଟିବେ। ଟୀକାକରଣ ଆରମ୍ଭ ହୋଇଥିଲେ ମଧ୍ୟ ବିପଦ ପୁରା ଦୂର ହୋଇନାହିଁ, ତେଣୁ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Get real time updates directly on you device, subscribe now.