fbpx

ପବିତ୍ର ଅକ୍ଷୟ ତୃତୀୟା: ଆଜି ଦେଶରେ ୧୮ ଟନ୍ ସୁନା ବିକ୍ରି ହେବାର ଆଶା

ଭୁବନେଶ୍ୱର: ଆଜି ସାରା ଦେଶ ପାଳନ କରୁଛି ପବିତ୍ର ଅକ୍ଷୟ ତୃତୀୟା । ଏହି ପର୍ବ ପାଳନ କରିବା ପାଇଁ ପାଗ ମଧ୍ୟ ଖୁବ ଭଲ ହୋଇଛି । ବୃଦ୍ଧି ପାଉଥିବା ତାପମାତ୍ରାକୁ ନେଇ ଲୋକେ ହନ୍ତସନ୍ତ ହେଉଥିବା ବେଳେ ଏବେ ତାତିରେ ହ୍ରାସ ଦେଖାଯାଇଛି, ଯାହା ଅକ୍ଷୟ ତୃତୀୟ ପର୍ବକୁ ଖୁବ ସୁହାଇଛି । ଶନିବାର ଇଦ୍ ପର୍ବ ଏବଂ ରବିବାର ଅକ୍ଷୟତୃତୀୟ ପଡିଥିବାରୁ ଆଜି ସୁନା ଦୋକାନରେ ପ୍ରବଳ ଭିଡ ଦେଖିବାକୁ ମିଳିପାରେ । ତେଣୁ ଚଳିତବର୍ଷ ଅକ୍ଷୟ ତୃତୀୟା ସୁନା ଗହଣା ବିକ୍ରି ଖୁବ ଅଧିକ ହେବ ବୋଲି ଆଶା କରାଯାଉଛି ।

ଆଜି ଦିନରେ ସୁନା ଅଳଙ୍କାରର ବେପାର ନେଇ ସୁନା ବ୍ୟବସାୟୀମାନେ ଅନେକ ଆଶା ବାନ୍ଧିଛନ୍ତି । ତେବେ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଅସ୍ଥିରତା ଯୋଗୁଁ ସୁନାର ଦର ୭୬୦୦ ଟଙ୍କା ବୃଦ୍ଧି ହୋଇଛି । ଗତବର୍ଷ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୭,୧୦୦ ଥିବା ବେଳେ ଚଳିତବର୍ଷ ଏହା ୫୫,୭୦୦ରେ ପହଞ୍ଚିଛି । ଏହା ସତ୍ତେ୍ୱ ଚଳିତବର୍ଷ ଅଧିକ ବ୍ୟବସାୟ ହେବ ବୋଲି ଆଶା ବାନ୍ଧି ବସିଛନ୍ତି ସୁନା ବ୍ୟବସାୟୀ । କାରଣ ୨୦୧୯ ପରେ ବ୍ୟବସାୟ ସେତେଟା ଭଲ ହୋଇ ପାରି ନାହିଁ । ୨୦୧୯ ମସିହାରେ ଫନି ବାତ୍ୟା ଏବଂ ୨୦୨୦-୨୧ରେ ମହାମାରୀ କରୋନା ଜନିତ ଲକଡାଉନ ଯୋଗୁଁ ଅକ୍ଷୟ ତୃତୀୟ ପିକା ପଡିଥିଲା । ଯାହାର ପ୍ରଭାବରେ ସୁନା ବିକ୍ରିରେ ମାନ୍ଦା ଦେଖିବାକୁ ମିଳିଥିଲା । ତେବେ ଚଳିତବର୍ଷ ସୁନା ବ୍ୟବସାୟରେ ବଡ ପରିବର୍ତ୍ତନ ଆଶା କରିଛନ୍ତି ବ୍ୟବସାୟୀ ।

ସୂଚନା ଥାଉ କି, ଗତବର୍ଷ ମଧ୍ୟ ସୁନା ବ୍ୟବସାୟ ଖୁବ ଭଲ ରହିଥିଲା । ଗତବର୍ଷ ରାଜ୍ୟରେ ପ୍ରାୟ ୧୨୦ କୋଟି ଟଙ୍କାର ବେପାର ହୋଇଥିବା ରେକର୍ଡରୁ ଜାଣିବାକୁ ମିଳିଛି । ଏହି ଅନୁସାରେ ଚଳିତବର୍ଷ ଆହୁରି ଅନେକ ଲୋକ ସୁନାଗହଣା କିଣିବେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ତେବେ ଅକ୍ଷୟ ତୃତୀୟାରେ ସୁନାଗହଣା କିଣିଲେ ଶୁଭ ବୋଲି କୁହାଯାଇଥିବା ବେଳେ ଆଜି ବିଭିନ୍ନ ସୁନା ଦୋକାନରେ ଲୋକଭ୍କ ଭିଡ ଲାଗିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.