ପୁରୀ: ନିଗମାନନ୍ଦ ସମ୍ମିଳନୀରେ ଏକ ଅଘଟଣ ଘଟିବା ଖବର ସାମ୍ନାକୁ ଆସିଛି। ଏହି ସମ୍ମିଳନୀରେ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ୨ଜଣ ଭକ୍ତ ଅସୁସ୍ଥ ହୋଇପଡିଥିଲେ। ତେବେ ଉଭୟ ଅସୁସ୍ଥଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରେ ଡାକ୍ତର ଉଭୟଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରିଥିଲେ। ହୃଦଘାତରେ ୨ ଜଣଙ୍କ ମୃତ୍ୟୁ ଘଟିବା ସୂଚନା ମିଳିଛି।