ବ୍ରହ୍ମପୁର,୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ୨ ଜଣ ଜୁନିଅର ଆକାଉଣ୍ଟାଣ୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ବ୍ରହ୍ମପୁର ଡିଏଫଓ ଅଫିସ୍ର ଜୁନିଅର ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ ହୋଇଛି । ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘର ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।
ଅନ୍ୟପଟେ ଖୋର୍ଦ୍ଧା ବାଲୁଗାଁର ନବୀନ ଚନ୍ଦ୍ର ବିଷୋୟୀ ବି ଭିଜିଲାନ୍ସ ଜାଲରେ ଫସିଛନ୍ତି । ନବୀନ ହେଉଛନ୍ତି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଫିସ୍ର ଜୁନିଅର ଆକାଉଣ୍ଟାଣ୍ଟ । ନବୀନଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି ।