fbpx

କ୍ରିକେଟ ଖେଳୁ ଖେଳୁ ଚାଲିଗଲା ଆଉ ୨ ଜୀବନ: ଏବେ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ

ଗାନ୍ଧୀନଗର: ଜିମରେ ବ୍ୟାୟାମ ଏବଂ ନାଚିବା ସମୟରେ ଲଗାତାର ହେଉଥିବା ମୃତ୍ୟୁ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ କ୍ରିକେଟ ମଇଦାନରେ ସମାନ ଘଟଣା ଦେଖିବାକୁ ମିଳୁଛି । କ୍ରିକେଟ ଖେଳିବା ବେଳେ ଖେଳାଳିମାନେ ଅଚାନକ ମୃତ୍ୟୁର ଶିକାର ହେଉଛନ୍ତି । ଯାହାର ଉତ୍ତର ନ ପାଇ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ ଗୁଜୁରାଟର ସୁରଟ ଏବଂ ରାଜକୋଟରୁ ଏପରି ଘଟଣା ସାମନାକୁ ଆସିଛି । ଏହି ଘଟଣାକୁ ପୂର୍ବ ଘଟଣା ସହ ମଧ୍ୟ ଯୋଡା ଯାଇଛି ।

ସୂଚନା ଅନୁସାରେ, ଏହି ଉଭୟ ଘଟଣା ଭିନ୍ନ ହୋଇଥିଲେ ମଧ୍ୟ ରାଜକୋଟରେ ଏହା ଚତୁର୍ଥ ମାମଲା । କ୍ରିକେଟ ଖେଳିବା ପରେ ଛାତିରେ ଯନ୍ତ୍ରଣା ଏବଂ ପରେ ଖେଳାଳିଙ୍କର ମୃତ୍ୟୁ ହେବାରେ ରାଜକୋଟରୁ ଚତୁର୍ଥ କେସ ରେକର୍ଡ ହୋଇଛି । ସୁରଟରେ ପ୍ରଶନ୍ତ ଭାରୋଲିୟା(୨୭) କ୍ରିକେଟ ଖେଳିବା ପରେ ଛାତିରେ ଅଚାନକ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ପରିବାର ଲୋକେ ତାଙ୍କୁ ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ତେବେ ମୃତକଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ରାଜକୋଟର ଜିଘ୍ନେଶ ଚୌହାନଙ୍କ ସହ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ମାଧବ ରାଓ ସିଙ୍ଘିଆ ଷ୍ଟାଡିୟମରେ କ୍ରିକେଟ ଖେଳିବା ସମୟରେ ହଠାତ ବେହୋଶ ହୋଇଯାଇଥିଲେ ଜିଘ୍ନେଶ । ଚିକିତ୍ସା ପାଇର୍ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଉଭୟ ଘଟଣାରେ ସମାନତା ଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.