fbpx

ବ୍ରାହ୍ମଣୀ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଉରକେଲା ବ୍ରାହ୍ମଣୀ ନଦୀରେ ବୁଡି ନିଟ୍‌ର ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ବେଦବ୍ୟାସ ମନ୍ଦିର ବୁଲିବାକୁ ଯାଇ ୬ ଛାତ୍ରଛାତ୍ରୀ ଗାଧୋଇବା ସମୟରେ ଘଟିଥିଲା ଏହି ଅଘଟଣ । ୪ ଜଣଙ୍କୁ ଉଦ୍ଧାର କରାଯାଇ ଆରଜିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରେ ଜଣେ ଛାତ୍ରୀ ଗୁରୁତର ଥିବା ଜଣାଯାଇଛି । ଏମାନେ ସମସ୍ତେ ରାଉରକେଲା ନିଟ୍‌ରେ ଇଣ୍ଟର୍ଣ୍ଣ ଛାତ୍ର ଥିଲେ । ଛାତ୍ରଛାତ୍ରୀଙ୍କ ପରିଚୟ ମିଳିନି ।

Get real time updates directly on you device, subscribe now.