fbpx

କଟାଫଟା ନୋଟ୍ ବଦଳରେ ମିଳିବ କେତେ ପଇସା, ଜାଣି ନିଅନ୍ତୁ ରିଜର୍ଭ ବ୍ୟାଙ୍କର ନିୟମ

Advertisement

ନୂଆଦିଲ୍ଲୀ: ଏବେ ୨୦୦୦ଟଙ୍କିଆ ନୋଟ୍କୁ ରିଜର୍ଭ ବ୍ୟାଙ୍କରେ ବଦଳ କରାଯାଉଛି । ୨୩ ମେରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ଧାରା ଜାରି ରହିବ । ତେବେ ଏହି ନୋଟ୍ ବଦଳକୁ ନେଇ ଲୋକଙ୍କ ମନରେ ବହୁ ପ୍ରଶ୍ନ ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଯଦି ଏହି ନୋଟ୍ କଟା ଫଟା ହୋଇଥାଏ ତେବେ ବ୍ୟାଙ୍କ ଏହାକୁ ସ୍ୱୀକାର କରିବ କି? ଅନ୍ୟପକ୍ଷରେ ବ୍ୟାଙ୍କ ଏହାକୁ ଗ୍ରହଣ କଲେ ଏହା ବଦଳରେ କେତେ ପଇସା ଦେବ?

ରିଜର୍ଭ ବ୍ୟାଙ୍କ ନିୟମ ଜରିଆରେ କଟାଫଟା ନୋଟ୍ କୁ ବଦଳା ଯାଇପାରିବ । ସାରା ଦେଶରେ ଥିବା ରିଜର୍ଭ ବ୍ୟାଙ୍କ ଅଫିସ୍ କିମ୍ବା ଶାଖାରେ ବେକାର ଡ଼ୋଟ୍ କୁ ବଦଳା ଯାଇପାରିବ । କିନ୍ତୁ ଏହା ବଦଳରେ କେତେ ପଇସା ମିଳିବ ତାହା ନୋଟ୍ ର ସ୍ଥିତି ଉପରେ ନିର୍ଭର କରିଥାଏ । ଆପଣଙ୍କ ପାଖରେ ଫଟା ନୋଟ୍ ଥିଲେ ଆପଣ ଏହାକୁ କିପରି ବଦଳାଇବେ ଓ ବ୍ୟାଙ୍କ ଏହା ବଦଳରେ କେତେ ପଇସା ଦେବ ଆସନ୍ତୁ ଜାଣିନେବା ।
ତେବେ କଟାଫଟା ନୋଟ୍ କେବଳ ଆରବିଆଇ ଦ୍ୱାରା ନାମିତ ବ୍ୟାଙ୍କରେ ବଦଳାଯାଇପାରିବ । ଆରବିଆଇ ସମ୍ବନ୍ଧିତ ବ୍ୟାଙ୍କକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦେଇଛି ଯେ, ସେମାନେ କଟା ଫଟା ନୋଟ୍ ବଦଳାଇବେ ଓ ଏମାନେ ନିଜ ନିଜ ଶାଖାରେ ଏ ନେଇ ସୂଚନା ଫଳକ ଲଗାଇବେ ।
କଟାଫଟା ନୋଟ୍ ବଦଳରେ ଆରବିଆଇ କେତେ ପଇସା ଦେବ ତାହା ନୋଟ୍ର ସ୍ଥିତି ଉପରେ ନିର୍ଭର କରିଥାଏ । ଆରବିଆଇ ପ୍ରତି ମୂଲ୍ୟବର୍ଗର କଟାଫଟା ନୋଟ୍ ଲାଗି ନିୟମ ଧାର୍ଯ୍ୟ କରିଛି । ଆରବିଆଇର ୱେବସାଇଟ୍ରେ ଉପଲବ୍ଧ ତଥ୍ୟ ଅନୁସାରେ ଏହି ନୋଟ୍ ୮୮ ବର୍ଗ ସେଣ୍ଟିମିଟର ହେଲେ ବଦଳରେ ପୁରା ପଇସା ମିଳିବ । ସେହିପରି ୪୪ ବର୍ଗ ସିଏମ୍ ହେଲେ ଅଧା ପଇସା ମିଳିବ । ସେହିପରି ୫୦୦ ଟଙ୍କିଆ ନୋଟ୍ ୮୦ ବର୍ଗ ସେଣ୍ଟିମିଟର ହେଲେ ପୁରା ପଇସା ମିଳିବ । ୪୦ ବର୍ଗ ସେଣ୍ଟିମିଟର ହେଲେ ଅଧା ପଇସା ମିଳିବ ।
ବ୍ୟାଙ୍କ ଗ୍ରାହକଙ୍କ ଠାରୁ କଟା ଫଟା ନୋଟ୍ ବଦଳାଇବାରେ କୌଣସି ଫିସ୍ ନିଏ ନାହିଁ । ତେବେ ବ୍ୟାଙ୍କ ବହୁତ ଖରାପ ହୋଇ ଯାଇଥିବା କିମ୍ବା ପୁରା ନଷ୍ଟ ହୋଇ ଯାଇଥିବା ନୋଟ୍ କୁ ବଦଳ କରିବ ନାହିଁ । ତେବେ ଅଧିକ ଖରାପ ହୋଇଯାଇଥିବା ନୋଟ୍କୁ ଆରବିଆଇ କାର୍ଯ୍ୟାଳୟରୋ ହିଁ ଜମା କରାଯାଇ ପାରିବ ।

Get real time updates directly on you device, subscribe now.