fbpx

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଅଣ୍ଟା ଭିଡ଼ିଲେ ସରକାର : ଚାକିରି ଖୋଜୁଥିବା ଯୁବତୀ ଓ ମହିଳାଙ୍କୁ ଦିଆଯିବ ୩ ମାସିଆ ପ୍ରଶିକ୍ଷଣ

ରାଜ୍ୟରେ ୬୦ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ପାଇଁ ସରକାର ୩ ମାସିଆ ପ୍ରଶିକ୍ଷଣ ପ୍ରଦାନ କରିବେ । କର୍ମନିଯୁକ୍ତି ଅନ୍ୱେଷଣରେ ଥିବା ଯୁବତୀ ଓ ମହିଳାଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ । ପ୍ରଶିକ୍ଷାର୍ଥୀଙ୍କ ବୟସ ୧୮ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ଓ ଦଶମ ପାସ୍‍ ଜରୁରୀ । କେନ୍ଦ୍ର ସରକାରଙ୍କ ଏନ୍‍ଆଇଏସ୍‍ଡି ମାର୍ଗଦର୍ଶିକା ଅନୁସାରେ ଏହି ପ୍ରଶିକ୍ଷଣ ଦିଆଯିବ ।

ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସଂକଳ୍ପନାମା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଅଟଳ ବୟୋ ଅଭ୍ୟୁଦୟ ଯୋଜନା ଓ ରାଜ୍ୟ ସରକାରଙ୍କ ଅବଦାନ ଯୋଜନା ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯିବ ।

କେତେ ଯତ୍ନ ଆବଶ୍ୟକ ବୁଝନ୍ତୁ:
ବୃଦ୍ଧ ପିତାମାତାଙ୍କର ଯତ୍ନ ନେବାରେ ପ୍ରଥମ ପଦକ୍ଷେପ ହେଉଛି ସେମାନଙ୍କର ଆବଶ୍ୟକତା କ’ଣ ତାହା ବୁଝିବା। ସେମାନେ ଆବଶ୍ୟକ କରୁଥିବା ଯତ୍ନ ବୁଝି ନ ପାରି କିଛି କରନ୍ତୁ ନାହିଁ, କାରଣ ଏହା ଆବଶ୍ୟକ କରୁଥିବା କାମ ଅପେକ୍ଷା ଅଧିକ ଚ୍ୟାଲେଞ୍ଜିଂ ହୋଇପାରେ।

 

Get real time updates directly on you device, subscribe now.