fbpx

ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ :ଜାଣନ୍ତୁ କ’ଣ କ’ଣ ମିଳିବ ଫାଇଦା

Advertisement

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ପ୍ରୋଗ୍ରାମ (ସିଏମ୍ଆର୍ଆଇଏଫ୍ପି)ରେ ୩୦୦ ଶିକ୍ଷାର୍ଥୀଙ୍କୁ ଚୟନ କରାଯାଇଛି । ଏହି ଯୋଜନାରେ ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ରାଜ୍ୟର ୧୫ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ର ପାଇଁ ଗବେଷଣା କରିବେ । ଏହି ଫେଲୋସିପ୍ ପ୍ରୋଗ୍ରାମ ଦ୍ୱାରା ପିଲାମାନେ ଜାତୀୟସ୍ତରୀୟ ଗବେଷଣା କରିବେ ।

ସାଇନ୍ସ ଓ ହ୍ୟୁମାନଟାଇଜ୍ର ମୋଟ ୪୭ଟି ବିଷୟରେ ଗବେଷଣା କରିବାର ସୁଯୋଗ ପାଇବେ । ପିଏଚ୍ଡି ପଞ୍ଜୀକରଣ ପରଠାରୁ ୪ ବର୍ଷ ପର୍ଯ୍ୟନ୍ତ ଗବେଷଣା କରିବେ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍ ଟେଷ୍ଟ କରାଯାଇଥିଲା । ଷ୍ଟେଟ୍ ସିଲେକ୍ସନ ବୋର୍ଡ ପକ୍ଷରୁ ଏହି ପରୀକ୍ଷା କରାଯାଇଥିଲା । ଏହା ସିଏସ୍ଆଇଆର୍ ୟୁଜିସି ନେଟ୍ର ଢାଞ୍ଚାରେ କରାଯାଇଥିଲା । ମଲ୍ଟିପୁଲ୍ ଚଏସ୍ ପାର୍ଟନ୍ର ପ୍ରଶ୍ନ ଥିଲା ସହ କିନ୍ତୁ ନେଗେଟିଭ୍ ମାର୍କିଂ ରହିନଥିଲା । ସାମ୍ସର ତଥ୍ୟ ଅନୁଯାୟୀ, ରାଜ୍ୟରେ ୧୫ଟି ବିଶ୍ୱବିଦ୍ୟାଳୟର ୭୩୭୭ଜଣ ରିସର୍ଚ୍ଚ ଫେଲୋସିପ୍ ପାଇଁ ପଞ୍ଜୀକରଣ କରିଥିଲେ । ଏଥିରୁ ୪୨୦୦ଜଣ ଅନ୍ଲାଇନ୍ରେ ପେମେଣ୍ଟ କରିଥିବା ବେଳେ ୪୧୩୭ ଜଣ କମନ୍ ଆପ୍ଲିକେସନ ଫର୍ମ ଆବେଦନ କରିଥିଲେ । ଏଥିରୁ ୩୮୭୬ ଜଣ ପରୀକ୍ଷା ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ଅଧୀନରେ ଚୟନ ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଇଁ ମାସକୁ ୩୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ଏଥିସହ ସାଇନ୍ସ ପ୍ରାକ୍ଟିକାଲ୍ ବିଷୟରେ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ୫୦ହଜାର ଓ ସାମାଜିକ ବିଜ୍ଞାନରେ ପିଏଚ୍ଡି କରୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୩୦ ହଜାର ଟଙ୍କା ଦିଆଯିବ । ଯଦି କୌଣସି ପିଏଚ୍ଡି ଛାତ୍ର ବିଶ୍ୱର ଶ୍ରେଷ୍ଠ ୨୫ ଜର୍ଣ୍ଣାଲ୍ ନିଜର ଲେଖା ପ୍ରକାଶ ପାଇଁ ଗବେଷଣା କରୁଥିବେ, ସେମାନଙ୍କୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ ।

Get real time updates directly on you device, subscribe now.