ବିହାରରେ ଚାଇନା ନାଗରିକ, ବିନା ଭିସାରେ ଖୋଲାଖୋଲି ବୁଲୁଛନ୍ତି

ପାଟନା: ୪ ସନ୍ଦିଗ୍ଧ ଚାଇନା ନାଗିରିକଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୨ ଜଣ ନେପାଳ ମହିଳା ଥିବା ଜଣାପଡ଼ିଛି । ପୂର୍ବ ଚମ୍ପାରନ ଜିଲ୍ଲା ମୋତିହାରିରୁ ଏମାନଙ୍କୁ ଗିରଫ କରାଯାଇଛି ।

ପୋଲିସ ସୂଚନା ମୁତାବକ ନେପାଳର ୨ ମହିଳା ଗାଇଡ୍ ଭାବେ ଚାଇନା ନାଗରିକଙ୍କୁ ବିହାର ବୁଲେଇବାକୁ ଆଣିଥିଲେ ।

ଖବର ମୁତାବକ ଗିରଫ ଚାଇନା ନାଗରିକଙ୍କ ପାଖରେ ଭିଜା ନ ଥିବାବେଳେ ସେମାନେ ଭାରତରେ ପ୍ରବେଶ କରିଛନ୍ତି ।

ସେମାନଙ୍କଠାରୁ ୮୦୦୦ ଚାଇନିଜ୍ ନୋଟ୍ ସାଙ୍ଗକୁ ପାସପୋର୍ଟ ଜବତ କରିଛି ପୋଲିସ । ସେମାନଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରି ରହିଛି ।