ରଥଯାତ୍ରା ପାଲଟିଲା କାଳ: ବାଇକ୍ ଧକ୍କାରେ ୪ ଜୀବନ ଦୀପ ଗଲା ଲିଭି

ନୂଆପଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ୨ ଜଣ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ବାଞ୍ଜିବାହାଲ ଛକରେ ୨ ବାକ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ରଥଯାତ୍ରା ଦେଖିବାକୁ ନିକଟସ୍ଥ ଗାଁକୁ ଯାଇଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ସେପଟେ ଆଜି ଅପରାହ୍ନରେ ପିପିଲିଠାରେ ୩ ଯୁବତୀଙ୍କ ଉପରେ ମାଡ଼ିଯାଇଛି ଆମ ବସ୍ । ଯାହାଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ।