fbpx

ନୂଆ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର, ପ୍ରଥମ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିବା ବେଳେ ଏହି ଅବସରରେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏଥିସହିତ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ଗ୍ରହଣ କରିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ରଘୁବର ଦାସ ଶପଠ ପାଠ କରାଇଥିବା ବେଳେ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନେ ସାମିଲ ହୋଇଥିଲେ ।

ତେବେ ନୂଆ ସରକାରର ପ୍ରଥମ କ୍ୟାବିନେଟରେ ଆଜି ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

(୧) ଆସନ୍ତାକାଲି ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବ ।

(୨) ଶ୍ରୀମନ୍ଦିର ପାଇଁ ୫ ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯିବ ।

(୩) ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଆସିବ ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୩୧୦୦ ଟଙ୍କା ହେବ ।

(୪) ମହିଳା ସଶକ୍ତିକରଣ ଉପରେ ନୂଆ ସରକାର ଗୁରୁତ୍ୱ ଦେଇଛନ୍ତି । ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯାଇ ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ । ନୂଆ ସରକାରର ପ୍ରଥମ କ୍ୟାବିନେଟ ବୈଠକରେ ଏହି ୪ଟି ବଡ଼ ନିଷ୍ପତ୍ତି ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ନିଆଯାଇଛି ।

Get real time updates directly on you device, subscribe now.