fbpx

ମୋଦୀ କ୍ୟାବିନେଟରେ କେଉଁମାନେ ସ୍ଥାନ ପାଇବେ: ସାମ୍ନାକୁ ଆସିଲା ୪୦ ଜଣଙ୍କ ସମ୍ଭାବ୍ୟ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ଏବେ ଦେଶରେ ନୂଆ ସରକାର ଗଠନ ହେବ । ଆଜି ସନ୍ଧ୍ୟା ୭.୧୫ରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ । ଏଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିସାରିଛନ୍ତି । ଟିଡିପି ଓ ଜେଡିୟୁ ସହିତ ମେଣ୍ଟ କରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) କ୍ୟାବିନେଟ ଗଠନ କରିବ । ତେବେ ମୋଦୀଙ୍କ କ୍ୟାବିନେଟରେ କେଉଁମାନେ ମନ୍ତ୍ରୀ ଭାବେ ସ୍ଥାନ ପାଇବେ ତାହାକୁ ନେଇ ଏବେ ନେତାଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ଏହା ମଧ୍ୟରେ ସାମ୍ନାକୁ ଆସିଛି ୪୦ ଜଣ ନେତାଙ୍କ ସମ୍ଭାବ୍ୟ ଲିଷ୍ଟ ।

ମୋଦୀ କ୍ୟାବିନେଟର ସମ୍ଭାବ୍ୟ ଲିଷ୍ଟରେ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀଙ୍କ ପରି ୪୦ ଜଣ ହେଭିୱେଟ୍ ନେତାଙ୍କ ନାମ ସାମିଲ ରହିଛି । ସେହିପରି ଲିଷ୍ଟରେ ମନସୁଖ ଏଲ. ମାଣ୍ଡଭିୟା, ଅନୁରାଗ ଠାକୁର, ସ୍ମୃତି ଇରାନୀ, ଶିବରାଜ ସିଂହ ଚୌହାନ, ମନୋହର ଲାଲ ଖଟ୍ଟରଙ୍କ ନାମ ମଧ୍ୟ ସାମିଲ ରହିଛି । ଶିବରାଜଙ୍କୁ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳରେ ଏକ ବଡ଼ ଦାୟିତ୍ୱ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ କରାଯାଇପାରେ । ଏଥିସହିତ ବିହାରର ଜେଡିୟୁ, ଆନ୍ଧ୍ରପ୍ରଦେଶର ଟିଡିପି, ମହାରାଷ୍ଟ୍ରର ଶିନ୍ଦେ ଗ୍ରୁପ, ଅଜିତ ପାୱାର ଗ୍ରୁପ ସମେତ ଏନଡିଏରେ ସାମିଲ ହୋଇଥିବା ଦଳର ନେତାଙ୍କ ନାମ ସାମିଲ ରହିଛି । ସେହିପରି ଓଡ଼ିଶାରୁ ନିର୍ବାଚିତ ହୋଇଥିବା କିଛି ସାଂସଦଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ନିର୍ମଳା ସୀତାରମଣ, ଏସ. ଜୟଶଙ୍କର, ପୀୟୂଷ ଗୋୟଲ, ଅଶ୍ୱିନୀ ବୈଷ୍ଣବ, ଅନୁପ୍ରିୟା ସିଂହ ପଟେଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅର୍ଜୁନ ମୁଣ୍ଡା, ହରଦୀପ ସିଂହ ପୁରୀ, ପାର୍ଶୋତ୍ତମ ରୁପାଲା, ପ୍ରହ୍ଲାଦ ଯୋଶୀ, ନରେନ୍ଦ୍ର ସିଂହ ତୋମାର, ଗିରିରାଜ ସିଂହ, ଜେଡିୟୁର ଲଲନ ସିଂହ, ସଞ୍ଜୟ ଝା, ରାମନାଥ ଠାକୁର, ଏଲଜେପିର ଚିରାଗ ପାସୱାନ, ଏଚଏଏମର ଜୀତନ ରାମ ମାଞ୍ଝିଙ୍କ ନାମ ମଧ୍ୟ ସାମିଲ ଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.