fbpx

ପିଏମ କିଷାନର ଟଙ୍କା ହେବ ଦ୍ୱିଗୁଣ ! କୃଷକଙ୍କ ଆକାଉଣ୍ଟକୁ ୬ ହଜାର ବଦଳରେ ଆସିବ ୧୨,୦୦୦

ନୂଆଦିଲ୍ଲୀ: ଦେଶର କୃଷକଙ୍କୁ ଆଗାମୀ ଦିନରେ ଖୁସିଖବର ମିଳିପାରେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ମିଳୁଥିବା ଟଙ୍କା ଦ୍ୱିଗୁଣିତ କରିବାକୁ ଯାଉଛନ୍ତି ସରକାର । ମିଳିଥିବା ଖବର ମୁତାବକ, କୃଷକଙ୍କୁ ବାର୍ଷିକ ୬ ହଜାର ବଦଳରେ ୧୨,୦୦୦ ଟଙ୍କା ଦିଆଯିବ । ଅର୍ଥାତ୍ କୃଷକମାନଙ୍କୁ ପ୍ରତି ୪ ମାସରେ ଦିଆଯାଉଥିବା ୨୦୦୦ଟଙ୍କା ବଦଳରେ ସେମାନଙ୍କୁ ୪୦୦୦ ଟଙ୍କା ଦିଆଯିବ ।

ତେବେ ମିଡିଆ ରିପୋର୍ଟ ମୁତାବକ, ବିହାରର କୃଷି ମନ୍ତ୍ରୀ ଅମରେନ୍ଦ ପ୍ରତାପ ସିଂହ ଏହି ବିଷୟରେ ଦିଲ୍ଲୀର କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ସାକ୍ଷାତ କରିଥିଲେ । ବିହାର କୃଷିମନ୍ତ୍ରୀଙ୍କ ମୁତାବକ, ସରକାର ପିଏମ କିଷାନ ସମ୍ମାନ ନିଧିର ରାଶିକୁ ଦ୍ୱିଗୁଣ କରିବେ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହା କେବଳ ମନ୍ତ୍ରୀ କହିଥିବା ବେଳେ ସରକାରଙ୍କ ପକ୍ଷରୁ ଏପରି କିଛି କୁହାଯାଇ ନାହିଁ । ନିକଟରେ ମୋଦୀ ସରକାର ସାରା ଦେଶର ୯.୭୫ କୋଟିରୁ ଅଧିକ କୃଷକଙ୍କ ଆକାଉଣ୍ଟକୁ ୧୯,୫୦୦ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ ।

Get real time updates directly on you device, subscribe now.