ଝଡ଼ର ସାମ୍ନା କରୁଥିବା ବେଳେ କିଭଳି ଥିଲା ସ୍ପାଇସଜେଟର ଭିତର ଦୃଶ୍ୟ? ସାମ୍ନାକୁ ଆସିଲା ୪୨ ସେକେଣ୍ଡର Video, ଦେଖିଲେ ଆପଣଙ୍କ ହୃଦୟ ବି ଦୋହଲିଯିବ
ନୂଆଦିଲ୍ଲୀ: ସ୍ପାଇସ୍ ଜେଟର ମୁମ୍ବାଇ-ଦୁର୍ଗାପୁର ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରିବା ସମୟରେ ଖରାପ ପାଣିପାଗର ସାମ୍ନା କରିଥିଲା, ଯାହାଫଳରେ ଅତି କମରେ ୧୨ ଯଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅବତରଣ ବେଳେ କାଳବୈଶାଖି ତାଣ୍ଡବରେ ଦୋହଲିଯାଇଥିଲା ବିମାନ । ହେଲେ ସୌଭାଗ୍ୟବସତଃ ଏହି ଦୁର୍ଘଟଣାରେ ଗୁରୁତର କ୍ଷତି ହୋଇ ନାହିଁ । ଏଥିରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିବା ସମୟରେ ସ୍ପାଇସଜେଟ ଭିତରେ ବସିଥିବା ଯାତ୍ରୀମାନେ ବିଚଳିତ ହେବା ସହ ସେମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ।
ଦୁର୍ଗାପୁର ଏୟାରପୋର୍ଟରେ ଅବତରଣ ସମୟରେ ହୋଇଥିବା ଏହି ଦୁର୍ଘଟଣା ପରେ ସ୍ପାଇସଜେଟ ବିମାନର ଭିତର ଭିଡିଓ ସାମ୍ନାକୁ ଆସିଛି । ଯାତ୍ରୀମାନେ କିଭଳି ଆତଙ୍କିତ ହୋଇପଡ଼ିଥିଲେ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି । ୪୨ ସେକେଣ୍ଡର ଭିଡିଓଟିକୁ ବିମାନ ଭିତରେ ବସିଥିବା କେହି ଜଣେ ଯାତ୍ରୀ ରେକର୍ଡ କରିଥିଲେ ।
ତେବେ ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ଏହି ଘଟଣା ଘଟିଛି । ସ୍ପାଇସଜେଟର ବୋଇଙ୍ଗ ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଭିମୁଖେ ଯାତ୍ରା କରିଥିଲା । ତେବେ ଦୁର୍ଗାପୁରରେ ସ୍ପାଇସଜେଟ୍ ବିମାନଟି ଅବତଣ କରିବା ବେଳେ ହଠାତ୍ ପବନ ଝଡ଼ରେ ଫସିଯାଇଥିଲା । ବିମାନଟି ଆକାଶରେ ଦୋହଲିବାରୁ କ୍ୟାବିନରୁ ସାମଗ୍ରୀ ଖସିବାରେ ଲାଗିଥିଲା । ହେଲେ ବିମାନଟି ନିରାପଦ ସହ ଅବତରଣ କରିଥିଲା । ଓହ୍ଲେଇବା ପରେ ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କୁ ମେଡିକାଲ ସହୟତା ପ୍ରଦାନ କରାଯାଇଥିଲା । ଏହି ଘଟଣା ପାଇଁ ସ୍ପାଇସ ଜେଟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯାଇଥିବା ବିମାନ କର୍ତ୍ତୃପକ୍ଷ କହିଛନ୍ତି ।
Extreme turbulence in a flight between Mumbai to Durgapur. I can feel what's going on in the minds of passengers when oxygen masks are coming down.
Airline was SpiceJet. Again it was B737 MAX.
Never travelling in this aircraft.
But thankfully no major accident. ?#SpiceJet pic.twitter.com/j7225Ag0UZ— Yuvraj Sharma (@SharmaYuv1) May 1, 2022
ସ୍ପାଇସଜେଟର ମୁଖପାତ୍ର କହିଛନ୍ତି ଯେ, ‘ମେ ୧ରେ ସ୍ପାଇସଜେଟର ବୋଇଂ ବି ୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଉଡ଼ାଣ ଏସଜି-୯୪୫ ସଞ୍ଚାଳିତ କରିବା ସମୟରେ ବନ୍ଦରରେ ଅବତରଣ କରୁଥିଲା । ସେହି ସମୟରେ ତାକୁ ଝଡ଼ର ସାମ୍ନା କରିବାକୁ ପଡିଲା । ଫଳରେ କିଛି ବିମାନରେ ଥିବା କିଛି ଯାତ୍ରୀ ଗୁରୁତର ଆହତ ହେଲେ । ଘଟଣା ସମୟରେ ଯାତ୍ରୀମାନେ ଅଧିକ ବିଚଳିତ ହୋଇଥିଲେ । ସିଟ ଉପରେ ରଖାଯାଇଥିବା ସାମଗ୍ରୀ ତଳକୁ ଖସିବାରୁ ଅବସ୍ଥା ଆହୁରୀ ଖରାପ ହୋଇଥିଲା । ଅବଶ୍ୟ ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିମାନଟିକୁ ଝଡ଼ରୁ ବାହାର କରି ସୁରକ୍ଷିତ ଭାବେ ଅବତରଣ କରିଥିଲେ ।’