fbpx

ସ୍ଥାୟୀ ଜମାରେ ହାଇ ରିଟର୍ଣ୍ଣ: ୫ଟି ବ୍ୟାଙ୍କରେ ନିବେଶ କଲେ ଅଧିକ ସୁଧ ପାଇବେ ଗ୍ରାହକ

ନୂଆଦିଲ୍ଳୀ: ସାଧାରଣ ଭାବେ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ଆଜିର ସମୟରେ ମାର୍କେଟରେ ବିଭିନ୍ନ ପ୍ରକାରର ନିବେଶ ଅପ୍ସନ ରହିଥିଲେ ହେଁ ସେଥିମଧ୍ୟରୁ ଗୋଟିଏ ବଢ଼ିଆ ବିକଳ୍ପ ହେଉଛି ବ୍ୟାଙ୍କରେ ସ୍ଥାୟୀ ଜମା (ଏଫଡି) । ବ୍ୟାଙ୍କ ଏଫଡିରେ ନିବେଶ କଲେ ଗ୍ରାହକଙ୍କର ଜମା ଅର୍ଥ ସୁରକ୍ଷିତ ରହିଥାଏ । ତେଣୁ ଗ୍ରାହକମାନେ ଏଥିରେ ନିବେଶ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ତେବେ କେଉଁ ବ୍ୟାଙ୍କ ଏଫଡି ନିବେଶରେ ଅଧିକ ସୁଧ ପ୍ରଦାନ କରୁଛି ଅଜ୍ଞାତ କାରଣରୁ ଅନେକ ଗ୍ରାହକ ସେନେଇ ଜାଣିପାରି ନଥାନ୍ତି । ତେବେ ଗ୍ରାହକମନେ ୫ଟି ବ୍ୟାଙ୍କରେ ନିବେଶ କରି ଅଧିକ ନିବେଶ ପାଇ ପାରିବେ ।

୧- ଇଣ୍ଡସଇଣ୍ଡ ବ୍ୟାଙ୍କ: ଏହି ବ୍ୟାଙ୍କରେ ୧ ବର୍ଷିଆ ଏଫଡିରେ ନିବେଶ କଲେ ୭.୭୫ ପ୍ରତିଶତ ସୁଧ ମିଳୁଛି । ସେହିପରି ୩ ବର୍ଷ ଅବଧି ପାଇଁ ଜମା କଲେ ୭.୨୫ ପ୍ରତିଶତ ସୁଧ ମିଳୁଛି ।

୨- ଆରବିଏଲ ବ୍ୟାଙ୍କ: ଏହି ବ୍ୟାଙ୍କରେ ୧ ବର୍ଷ ପାଇଁ ନିବେଶ କଲେ ଗ୍ରାହକଙ୍କୁ ୭.୫ ପ୍ରତିଶତ ସୁଧ ମିଳୁଛି । ଦୁଇ ବର୍ଷ ପାଇଁ ନିବେଶ କଲେ ୮ ପ୍ରତିଶତ, ୩ ବର୍ଷ ପାଇଁ ୭.୫ ପ୍ରତିଶତ ଓ ୫ ବର୍ଷ ପଶଇଁ ୭.୧ ପ୍ରତିଶତ ସୁଧ ମିଳୁଛି ।

୩- ଡିସିବି ବ୍ୟାଙ୍କ: ଏହି ବ୍ୟାଙ୍କରେ ଏକ ବର୍ଷିଆ ଏଫଡି ଉପରେ ୭.୧ ପ୍ରତିଶତ, ୨ ବର୍ଷିଆ ନିବେଶ ଉପରେ ୭.୫ ପ୍ରତିଶତ, ୩ ବର୍ଷିଆ ଏଫଡି ଉପରେ ୭.୫୫ ପ୍ରତିଶତ ଓ ୫ ବର୍ଷିଆ ଏଫଡି ଉପରେ ୭.୪ ପ୍ରତିଶତ ସୁଧ ମିଳୁଛି ।

୪- ୟେସ ବ୍ୟାଙ୍କ: ଏହି ବ୍ୟାଙ୍କରେ ୧ ବର୍ଷିଆ ଏଫଡି ଉପରେ ୭.୨୫ ପ୍ରତିଶତ, ୩ ବର୍ଷିଆ ଏଫଡି ଉପରେ ୭.୨୫ ପ୍ରତିଶତ ଓ ୫ ବର୍ଷିଆ ଏଫଡି ଉପରେ ୭.୨୫ ପ୍ରତିଶତ ସୁଧ ମିଳୁଛି ।

୫- ଧନଲକ୍ଷ୍ମୀ ବ୍ୟାଙ୍କ: ଏହି ବ୍ୟାଙ୍କରେ ୧ ବର୍ଷିଆ ଏଫଡି ଉପରେ ୬.୭୫ ପ୍ରତିଶତ, ୨ ବର୍ଷିଆ ଏଫଡି ଉପରେ ୬.୫୦ ପ୍ରତିଶତ, ୩ ବର୍ଷିଆ ଏଫଡି ଉପରେ ୭.୨୫ ପ୍ରତିଶତ ଓ ୫ ବର୍ଷିଆ ଏଫଡି ଉପରେ ୭.୨୨୫ ପ୍ରତିଶତ ସୁଧ ମିଳୁଛି ।

Get real time updates directly on you device, subscribe now.