fbpx

୫ OAS ଅଧିକାରୀଙ୍କ ଟ୍ରାନ୍ସଫର: ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ୫ ଜଣ ଓଏଏସ ଅଧିକାରୀଙ୍କୁ ଟ୍ରାନ୍ସଫର କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଫ ଆଣ୍ଡ ଏଆରଡି ବିଭାଗର ପୂର୍ବତନ ସ୍ୱତନ୍ତ୍ର ସଚିବ ଏବେ ଜିଏ ଆଣ୍ଡ ପିଜି ବିଭାଗରେ ଯୋଗ ଦେଇଥିବା ବେଳେ ତାଙ୍କୁ ଏଚ ଆଣ୍ଡ ୟୁଡି ବିଭାଗର ନିର୍ଦ୍ଦେଶକ, ହାଉସିଂ ଓ ଏକ୍ସ-ଅଫିସିଓ ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି ।

ସେହିପରି ଗୋପବନ୍ଧୁ ଆକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ, ଭୁବନେଶ୍ୱରର ଅତିରିକ୍ତ ନିର୍ଦ୍ଦେଶକ ପଦରେ ଥିବା ଆରାଧନା ଦାସଙ୍କୁ ଗୃହ ବିଭାଗର ସ୍ପେଶାଲ ସେକ୍ରେଟାରୀ ଭାବେ ବଦଳି କରାଯାଇଛି । ନିର୍ଦ୍ଦେଶକ, ହାଉସିଂ ଓ ଏଚ ଆଣ୍ଡ ୟୁଡି ବିଭାଗର ଏକ୍ସ-ଅଫିସିଓ ସ୍ୱତନ୍ତ୍ର ସଚିବ ପଦରେ ଥିବା ଦେବାଶିଷ ସିଂହଙ୍କୁ ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଓ ଏଚ ଆଣ୍ଡ ୟୁଡି ବିଭାଗର ଏକ୍ସ-ଅଫିସିଓ ସ୍ପେଶାଲ ସେକ୍ରେଟାରୀ ଭାବେ ବଦଳି କରାଯାଇଛି । ଜିଏ ଆଣ୍ଡ ପିଜି ବିଭାଭର ଅତିରିକ୍ତ ସଚିବ ଥିବା ସିବୋ ନାରାୟଣ ସାହୁଙ୍କୁ ଗୋପବନ୍ଧୁ ଆକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ, ଭୁବନେଶ୍ୱରର ଅତିରିକ୍ତ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ପଦରେ ଥିବା ଘାସିରାମ ମୁର୍ମୁଙ୍କୁ ଜିଏ ଆଣ୍ଡ ପିଜି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।

Get real time updates directly on you device, subscribe now.