ଦେଖନ୍ତୁ (Video) ଆଖି ପିଛୁଳାକେ କେମିତି ଭୂଇଁରେ ମିଶିଗଲା ୫ ମହଲା ବିଲ୍ଡିଂ
ରାସ୍ତା ପାଇଁ ବିଲ୍ଡିଂର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା । ସତର୍କତା ପାଇଁ ବଞ୍ଚିଗଲା ଜୀବନ ।
ଶିମଲା: ହିମାଚଳ ପ୍ରଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପରେ ଶିମଲାରେ ୫ ମହଲା ବିଲ୍ଡିଂ ଭୁଷୁଡ଼ିଯାଇଛି । ଯାହାର ଭିଡିଓ ଏବେ ଇଣ୍ଟରନେଟରେ ବେଶ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି ।
ବିଲ୍ଡିଂର ଓନର ଅଞ୍ଜନ ବର୍ମା କହିଛନ୍ତି, ଭୂସ୍ଖଳନ ଏବଂ ବର୍ଷା କାରଣରୁ ରାଜ ନିୱାସ ବିଲ୍ଡିଂକୁ ଗତକାଲି ରାତିରେ ଖାଲି କରାଯାଇଥିଲା ।
ନିକଟବର୍ତ୍ତୀ ଅଞ୍ଚଳରେ ୪ ଲେନ ବିଶିଷ୍ଟ ରୋଡ୍ ତିଆରି ହେବା କାରଣରୁ ବିଲ୍ଡିଂ କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା, ଯେଉଁ କାରଣରୁ ତାହା ଦୁର୍ବଳ ହୋଇ ଭୁଷୁଡିଯାଇଥିବା କହିଛନ୍ତି ବିଲ୍ଡିଂର ମାଲିକ ।
ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ ଆଲର୍ଟ ଜାରି କରାଯିବା ସ୍ଥାନୀୟ ଅଞ୍ଚଳର ଲୋକମାନେ ନିଜ ନିଜ ଘର ଖାଲି କରି ସୁରକ୍ଷିତ ସ୍ଥାନକୁ ଚାଲିଯାଇଥିଲେ ।
ତେବେ ଅଘଟଣ ଘଟିବା ସମୟରେ ବିଲ୍ଡିଂରେ କେହି ନ ଥିବା କାରଣରୁ କୌଣସି ପ୍ରାଣହାନୀର ଖବର ନାହିଁ ।
A 5-storey house collapses in Shimla amid heavy rain. The owner said they had evacuated the building last night due to heavy rain and landslides in Shimla.
The weather office on Sunday issued a “red” alert for heavy rainfall in Himachal Pradesh.@CMOFFICEHP @SukhuSukhvinder… pic.twitter.com/Udf7Gg1hgx— Payal Mohindra (@payal_mohindra) June 30, 2025