ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେଣୁ ଯଦି ଆପଣ ସେଭିଙ୍ଗସ ଆକାଉଣ୍ଟରେ ନିବେଶ କରିବାକୁ ଚାହିଁବେ ତେବେ ଏ କ୍ଷେତ୍ରରେ ଆପଣମାନେ ମାଲାମାଲ୍ ହୋଇଯିବେ । ତେବେ ଏଥିପାଇଁ କିଛି ନିୟମ ମାନିବାକୁ ପଡ଼ିବ । ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ଭଲ ସୁବିଧାର ଫାଇଦା ଉଠାଇବାକୁ ହେଲେ ଗ୍ରାହକମାନେ ମଧ୍ୟ କିଛି ରିସ୍କ ନେବାକୁ ପଡ଼ିବ ।
ସୂଚନା ମୁତାବକ, ଘରୋଇ କ୍ଷେତ୍ରର ବଡ଼ ଋଣପ୍ରଦାତ୍ତା ଆରବିଏଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏଭଳି ଏକ ବଡ଼ ଘୋଷଣା କରିଛି । ଏ ବାବଦରେ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଥିବା ବେଳେ ମେ ୨୪ରୁ ଏହା ଲାଗୁ ହୋଇଛି । ବ୍ୟାଙ୍କ ପକ୍ଷରୁ ସୁଧ ହାର ଘୋଷଣା ପରେ ଗ୍ରାହକମାନେ ସେଭିଙ୍ଗସ ଆକାଉଣ୍ଟରେ ୪.୨୫ ପ୍ରତିଶତରୁ ଆରମ୍ଭ କରି ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେବେ ଆକାଉଣ୍ଟରେ ଦୈନିକ ୧ ଲକ୍ଷ ବାଲାନ୍ସ ରଖୁଥିବା ଗ୍ରାହକଙ୍କ ପାଇଁ ଏହି ସୁବିଧା ଲାଗୁ ହେବ ।
ସୁଧ ହାର ବୃଦ୍ଧି ଘୋଷଣା ପରେ ୧ ଲକ୍ଷ ପର୍ଯ୍ୟନ୍ତ ଦୈନିକ ବାଲାନ୍ସ ଉପରେ ୪.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ । ୧-୧୦ ଲକ୍ଷ ପର୍ଯ୍ୟନ୍ତ ରାଶି ଉପରେ ୫.୫୦ ପ୍ରତିଶତ, ୧୦-୨୫ ଲକ୍ଷ ପର୍ଯ୍ୟନ୍ତ ଜମା ର।।ଶି ଉପରେ ୬ ପ୍ରତିଶତ, ୨୫ ଲକ୍ଷରୁ ୨ କୋଟି ପର୍ଯ୍ୟନ୍ତ ରାଶି ଉପରେ ୭.୫୦ ପ୍ରତିଶତ, ୨-୩ କୋଟି ପର୍ଯ୍ୟନ୍ତ ରାଶି ଉପରେ ୭ ପ୍ରତିଶତ, ୩-୭.୫ କୋଟି ପର୍ଯ୍ୟନ୍ତ ରାଶି ଉପରେ ୬.୫୦ ପ୍ରତିଶତ ସୁଧ ମିଳିବ ।