ଭୁବନେଶ୍ୱର: ଗତକାଲି ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ସାରା ରାଜ୍ୟରେ ହୋଲି ଉତ୍ସବ ପାଳନ ହେଉଥିଲା। ହେଲେ ଏହି ପର୍ବରେ ରାଜ୍ୟରେ ୭ଜଣଙ୍କୁ ହତ୍ୟା କରାଯାଇଛି। ଏ ନେଇ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରରେ ଗତକାଲି ୨ ଜଣଙ୍କୁ ହତ୍ୟା କରାଯାଇଛି।
ସୂଚନାନୁଯାୟୀ, ଭୁବନେଶ୍ୱରରେ ୨ଜଣଙ୍କୁ ଏବଂ କଟକରେ୨ ଜଣଙ୍କୁ ହତ୍ୟା କରାଯାଇଛି। ସେହିପରି ଅନୁଗୁଳରେ ଜଣେ ଏବଂ ବ୍ରହ୍ମପୁରରେ ଜଣଙ୍କୁ ହୋଲିରେ ହତ୍ୟା କରାଯାଇଛି। ଏଥିସହ ସମ୍ବଲପୁରରେ ୧ଙ୍କୁ ହତ୍ୟା କରାଯାଇଛି। ତେବେ ହୋଲିରେ ରାଜ୍ୟରେ ସମୁଦାୟ ୭ ଜଣଙ୍କୁ ହତ୍ୟା କରାଯାଇଛି।
ମଞ୍ଚେଶ୍ବର ଥାନା ଭୁବନେଶ୍ୱର ହତ୍ୟା ମାମଲାରେ 6 ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ ୩ ସହଯୋଗୀ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଡିସିପି କହିଛନ୍ତି।
ପୋଲିସ ପିଛା କରିବା ସମୟରେ ଡିମିରି ଫଳ ଖାଇଦେଇଥିଲା ଅଭିଯୁକ୍ତ। ତେବେ ତାକୁ ମଙ୍ଗଳପୁର ସିଏଚ୍ସିରେ ଭଲ ହେବା ପରେ ଏବେ ଥାନାରେ ରହିଛି।