fbpx

ମାରାଥନରେ ଦୌଡ଼ିଲେ ୭୧ ବର୍ଷୀୟା ବୃଦ୍ଧା: କଳିଙ୍ଗ ରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବା ପାଇଁ କଳିଙ୍ଗ ରନର୍ସ ଏକ ମାରାଥନ୍ର ଆୟୋଜନ କରିଛି । ଏହି ସିଟି ମାରାଥନ୍ ଶିଖରଚଣ୍ଡୀଠାରୁ ଆରମ୍ଭ କରାଯାଇଥିଲା । ଏଥିରେ ୫ କିମି (ସକାଳ ୬.୩୦, ରିପୋର୍ଟ ଟାଇମ୍ – ସକାଳ ୬ଟା), ୧୦ କିମି (ସକାଳ ୬ଟା- ରିସୋର୍ଟ ଟାଇମ୍- ସକାଳ ୫.୩୦), ୨୧ କିମି (ସକାଳ ୫.୩୦, ରିସୋର୍ଟ ଟାଇମ୍- ସକାଳ ୫ଟା) ଏପରି ଭାବେ ତିନୋଟି ବିଭାଗରେ ବିଭକ୍ତ କରାଯାଇଥିଲା ।

କଳିଙ୍ଗରନର୍ସ ଗତ ୨୦୧୭ ମସିହାରେ ଏହାର ପ୍ରଥମ ମାରାଥନ୍ ଆୟୋଜନ କରିଥିଲା । ଚଳିତ ବର୍ଷର ପ୍ରାୟ ୫୦୦ ଜଣ ଏହି ମାରାଥନରେ ଯୋଗ ଦେଇଥିଲେ । ଏହି ମାରାଥନ୍ରେ ଓଡିଶା ପୋଲିସ୍ ବିଭାଗର ଏଡିଜି ଲଳିତ ଦାସ, ସେନ୍ଟ୍ରୋକ୍ସି ପ୍ରତିଷ୍ଠାତା ତଥା ସିଇଓ ଜଜାତି ବାଡୁ, କଳିଙ୍ଗ ରନର୍ସର ପ୍ରେସିଡେଣ୍ଟ ଦୁଃଖୀଶ୍ୟାମ ପାଢୀ, କଳିଙ୍ଗ ରନର୍ସର ସେକ୍ରେଟାରୀ ସଂଗ୍ରାମ କେଶରୀ ଜେନା, ରେସ୍ର ଡାଇରେକ୍ଟର ଦିପକ କୁମାର ମିଶ୍ର, ଉପ ସଭାପତି ସ୍ୱାତୀ ମହାନ୍ତି, ସହ ସଚିବ ଅୟସକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ଅନିଲ ମହାପାତ୍ରଙ୍କ ସମେତ ସମସ୍ତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

କଳିଙ୍ଗ ରନର୍ସର ପ୍ରେସିଡେନ୍ଟ ଦୁଃଖୀଶ୍ୟାମ ପାଢୀ କହିଥିଲେ, କଳିଙ୍ଗ ରନର୍ସ ୨୦୧୭ ମସିହାରେ ଏହାର ପ୍ରଥମ ମାରାଥନ୍ ଆୟୋଜନ କରିଥିଲା । ଚଳିତ ବର୍ଷ ଶହଶହ ସଂଖ୍ୟାରେ ଛାତ୍ର, ଯୁବକ, ମହିଳା, ବୃଦ୍ଧା ଏହି ଗଣଦୌଡରେ ଅଂଶଗ୍ରହଣ କରି ସମସ୍ତଙ୍କୁ ବହୁମାତ୍ରରେ ଉତ୍ସାହିତ କରିଥିଲେ । ଏହି ଗଣଦøଡ଼ର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଅନ୍ୟାନ୍ୟ ବିଭାଗରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ଉତ୍ସାହମୂଳକ ପୁରସ୍କାର ପ୍ରଦାନ କରାଯାଇଛି ।

କଳିଙ୍ଗ ରନର୍ସର ସେକ୍ରେଟାରୀ ସଂଗ୍ରାମ କେଶରୀ ଜେନା ପୋଲିସ୍ ଏବଂ ସମସ୍ତ ପ୍ରତିଯୋଗୀ/ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇ କହିଥିଲେ, ଏହି ସେନ୍ଟ୍ରୋକ୍ସି ଭୁବନେଶ୍ୱର ସିଟି ମାରାଥନ୍ ସଫଳତାର ସହିତ ସମାପ୍ତ ହୋଇଛି । ଏଥିରେ ଓଡିଶାର ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ କରିଥିଲେ । ତେଣୁ ଏହିଭଳି ମାରାଥନ୍ ଆଗାମୀ ବର୍ଷ ମଧ୍ୟରେ ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି । ଏହି ଗଣଦୌଡ଼ରେ ସମସ୍ତ ପ୍ରତିଯୋଗୀମାନଙ୍କୁ ଟି-ଶାର୍ଟ, ଚିପ୍, ବିଆଇବି, ମେଡାଲ, ଡିଜିଟାଲ ସାର୍ଟିଫିକେଟ୍ ସହିତ ଆନୁସଙ୍ଗିକ ବ୍ୟବସ୍ଥାମାନ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ରେସ୍ର ଡାଇରେକ୍ଟର ଦିପକ କୁମାର ମିଶ୍ର କହିଥିଲେ, ଏହି ସେନ୍ଟ୍ରୋକ୍ସି ଭୁବନେଶ୍ୱର ସିଟି ମାରାଥନ୍କୁ ସଫଳ କରିବା ପାଇଁ ଅଗ୍ରଣୀ ଆଇଟି କମ୍ପାନୀ ସହଯୋଗର ହାତ ବଢାଇଥିବାରୁ ତାହା ସମସ୍ତଙ୍କୁ ଉତ୍ସାହିତ କରିଥିଲା । ଏହି ପ୍ରତିଯୋଗିତାରେ ଦେବାଶିଷ ପଟ୍ଟନାୟକ ଏବଂ ଚିନା ଗୋପେ ଯଥାକ୍ରମେ ପୁରୁଷ ଏବଂ ମହିଳା ଉଭୟ ୧୦କିମି ଦୌଡ ବିଭାଗରେ ପ୍ରଥମ ପୁରସ୍କାର ହାସଲ କରିଥିଲେ । ଦୋଳମଣି ଚିରଗୁନ୍ ଏବଂ ସମ୍ ଷେଣ୍ଡ ଭଉୟ ପୁରୁଷ ଏବଂ ମହିଳାରେ ୨୧.୧ କିମି ବିଭାଗର ଦୌଡରେ ପ୍ରଥମ ପୁରସ୍କାର ପାଇଥିଲେ । ରାଉଲକେଲାର ୭୧ ବର୍ଷିୟା ବୃଦ୍ଧା ମହିଳା ଭାଗ ନେଇ ସଫଳତାର ସହ ୧୦କିମି ମାରାଥନ୍ ଦୌଡ କରିଥିଲେ ।

Get real time updates directly on you device, subscribe now.