fbpx

ଏକ ଅଜବ ଘଟଣା! ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବିବାହ କରିବାକୁ ଯାଉଥିଲେ ଜଣେ ୭୨ ବର୍ଷୀୟ ବୃଦ୍ଧ….

Advertisement

ନୂଆଦିଲ୍ଲୀ: ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଏଥିପାଇଁ କିଛି ସାମାଜିକ ନୀତି ନିୟମ ଓ ପରମ୍ପରା ରହିଛି । ତେବେ ଅନେକ ସମୟରେ ବିବାହକୁ ନେଇ କିଛି ଭିନ୍ନ ଧରଣର ମାମଲା ଆମ ସମାଜରେ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସାଧାରଣ ଭାବେ ପୁଅ ଓ ଝିଅଙ୍କ ମଧ୍ୟରେ ବିବାହର ବୟସ ୫-୧୫ ବର୍ଷର ବ୍ୟବଧାନ ରହିଥାଏ । ଅନେକ ଦମ୍ପତ୍ତିଙ୍କର ବୟସଗତ ବ୍ୟବଧାନ ୩୦-୪୦ ବର୍ଷ ମଧ୍ୟ ରହିଥାଏ । ତେବେ ଏହା ମଧ୍ୟରେ ଯେଉଁ ମାମଲାଟି ସାମ୍ନାକୁ ଆସିଛି ତାହା ବୟସର ବ୍ୟବଧାନର ସୀମା ଟପିଯାଇଛି ।

ସୂଚନା ମୁତାବକ, ପାକିସ୍ତାନରେ ଘଟିଯାଇଛି ଏଭଳି ଏକ ଅଜବ ଘଟଣା । ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଜଣେ ୭୨ ବର୍ଷୀୟ ବୃଦ୍ଧ ବିବାହ କରିବାକୁ ଯାଉଥିଲେ । ବୃଦ୍ଧଙ୍କ ନାମ ହବିବ ଖାନ ହୋଇଥିବା ବେଳେ ସେ ନାବାଳିକାଙ୍କ ପିତାଙ୍କୁ ୫ ଲକ୍ଷ ଟଙ୍କା ଦେଇ ବିବାହ କରିବାକୁ ଯାଉଥିଲେ । ତେବେ ଠିକ୍ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଇଥିଲା । ଏହାପରେ ବୃଦ୍ଧ ବର ହବିବଙ୍କୁ ପୋଲିସ ଗିରଫ କରିଥିଲେ । ଅନ୍ୟପକ୍ଷରେ ନିଜର ଝିଅକୁ ଟଙ୍କା ଲୋଭରେ ଜଣେ ବୃଦ୍ଧଙ୍କ ହାତରେ ଟେକିଦେବାକୁ ବସିଥିବା ପିତା ଫେରାର ହୋଇଯାଇଥିଲେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ପାକିସ୍ତାନରୁ ଏଭଳି ଅନେକ ମାମଲା ସାମ୍ନାକୁ ଆସିଥିଲା । ପାକିସ୍ତାନ ପଞ୍ଜାବରେ ଜଣେ ପିତା ତାଙ୍କର ୧୧ ବର୍ଷୀୟା ଝିଅ ସହିତ ଜଣେ ୪୦ ବର୍ଷୀୟା ଯୁବକଙ୍କ ସହିତ ବିବାହ କରିବାକୁ ଯାଉଥିଲେ ।

Get real time updates directly on you device, subscribe now.