କଟକ-ଭୁବନେଶ୍ୱରରେ ଠାବ ହେଲା ୯୦ଟି ପ୍ଲଟ୍: ଜାଣନ୍ତୁ ସମ୍ପୂର୍ଣ୍ଣ ସମ୍ପତ୍ତିର ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛିନ୍ତି କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତ । ତାଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଥିବା ଠାବ ହୋଇଛି ବିପୁଳ ସମ୍ପତ୍ତି । କଟକ ଓ ଭୁବନେଶ୍ୱରରେ ତାଙ୍କର ୯୦ଟି ପ୍ଲଟ୍ ଠାବ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।

ଜବତ ହୋଇଥିବା ସମ୍ପତ୍ତି ତାଲିକା: 

ଭୁବନେଶ୍ୱର ରଘୁନାଥପୁର ସ୍ଥିତ ରୟାଲ ଲାଗୁନ୍ ଆପାର୍ଟମେଣ୍ଟରୁ ଏକ ୩ ବିଏଚକେ ଫ୍ଲାଟ୍ ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ବୋଲି କୁହାଯାଇଛି ।

ରଘୁନାଥପୁରରେ ଗୋବିନ୍ଦ ଭବନରେ ୬ ହଜାର ବର୍ଗଫୁଟର ଏକ ୩ ମହଲା କୋଠା ।

ରଘୁନାଥପୁରରେ ଏକ ୨ହଜାର ବର୍ଗଫୁଟର ଏକ ୨ ମହଲା କୋଠା ।

ରଘୁନାଥପୁରରେ ଏକ ୧୫୦୦ ବର୍ଗଫୁଟର ଏକ ୧ ମହଲା କୋଠା ।

ରଘୁନାଥପୁରର ଗ୍ରୀନ୍ ଗାର୍ଡେନ ଆପାର୍ଟମେଣ୍ଟରେ ଫ୍ଲାଟ ନମ୍ବର ୩୦୧ର ୩ ବିଏଚକେ ଫ୍ଲାଟ୍ ।

ଭୁବନେଶ୍ୱର ରୟାଲ ଆର୍କେଡର ୪ ନମ୍ବର ମହଲାରେ ଫ୍ଲାଟ୍ ନମ୍ବର ୪୦୧ରେ ଏକ ୩ ବିଏଚ୍କେ ଫ୍ଲାଟ୍ ।

କଟକର ବାଙ୍କୀରେ ପ୍ଲଟ୍ ନମ୍ବର ୯୨୧ରେ ଏକ ଆଉଟ୍ ହାଉସ୍ ।

୫୦୦ ଗ୍ରାମ୍ ସୁନା ସହିତ ବିଭିନ୍ନ ବ୍ୟାଙ୍କରେ ୧୭ ଲକ୍ଷ ଟଙ୍କା ଜବତ କରାଯାଇଛି ।