fbpx

ଥିଲା ସବୁଜ, ହେଲା ବାଦାମୀ: ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟୁନିଫର୍ମ ରଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାଇସ୍କୁଲ ପିଲାଙ୍କ ୟୁନିଫର୍ମକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସ୍କୁଲ ୟୁନିଫର୍ମ ରଙ୍ଗ ବଦଳିଛି । ଫଳରେ ଏଣିକି ଛାତ୍ରଛାତ୍ରୀମାନେ ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗ ପିନ୍ଧିବେ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଏହି ରଙ୍ଗ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀ ନୂଆ ବାଦାମୀ ରଙ୍ଗର ୟୁନିଫର୍ମ ପରିଧାନ କରିପାରିବେ । ରାଜ୍ୟ ସରକାରଙ୍କ ତରଫରୁ ଏହି ସମସ୍ତ ସ୍କୁଲକୁ ୟୁନିଫର୍ମ ଯୋଗାଇ ଦିଆଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି ଲେଖାଯାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତବର୍ଷ ସ୍କୁଲ ୟୁନିଫର୍ମକୁ ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୟୁନିଫର୍ମର ରଙ୍ଗ ଧଳା ଓ ଘନନୀଳ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ‘ହଣ୍ଟର ଗ୍ରୀନ’ ରଙ୍ଗର ପୋଷାକ ପିନ୍ଧିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପୁଅ ପିଲାଙ୍କ ପାଇଁ ଫୁଲ ପ୍ୟାଣ୍ଟ ଓ ଶାର୍ଟ ରହିଥିବା ବେଳେ ଝିଅଙ୍କ ପାଇଁ ଚୂଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ ପୋଷାକ ରହିଥିଲା । ସପ୍ତାହକୁ ୫ ଦିନ ପାଇଁ ଛାତ୍ରଛାତ୍ରୀ ସ୍କୁଲକୁ ୟୁନିଫର୍ମ ପିନ୍ଧି ଯିବାକୁ କୁହାଯାଇଥିଲା । ଏଥିସହିତ ସମସ୍ତଙ୍କ ପାଇଁ କଳା ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ କରାଯାଇଥିଲା ।

Get real time updates directly on you device, subscribe now.