କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ଦିଆଯାଇପାରିବ ନାହିଁ ଟିକା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଟିକାକରଣକୁ ଜୋରଦାର କରାଯାଉଛି । ମହାମାରୀ ସହିତ ଲଢ଼ିବାକୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏହା ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କର ଇଚ୍ଛା ବିରୋଧରେ କିମ୍ବା ଜୋରଜବରଦସ୍ତି ଟିକା ଦିଆଯାଇପାରିବ ନାହିଁ । ତାଙ୍କୁ ବାଧ୍ୟ ମଧ୍ୟ କରାଯାଇପାରିବ ନାହିଁ ।

ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର କହିଛି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା କୋଭିଡ -୧୯ ଟୀକାକରଣ ନିର୍ଦ୍ଦେଶାବଳୀ ଜଣେ ବ୍ୟକ୍ତିଙ୍କ ବିନା ଅନୁମତିରେ ଟୀକାକରଣ ବିଷୟରେ କୁହାଯାଇନାହିଁ । ତେବେ ଦିବ୍ୟାଙ୍ଗ ମାନଙ୍କୁ ଟିକାକରଣ ପ୍ରମାଣପତ୍ର ଦେଖାଇବା ପ୍ରସଙ୍ଗରେ କେନ୍ଦ୍ର ସର୍ବୋଚ୍ଚ ନ୍ୟାୟାଳୟକୁ କହିଛି ଯେ, ଟିକାକରଣ ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରିବା ନେଇ କୌଣସି ଏସଓପି ଜାରି କରାଯାଇନାହିଁ ।

ଏନଜିଓ ଏଭାରା ଫାଉଣ୍ଡେସନର ଏକ ଆବେଦନର ଜବାବରେ କେନ୍ଦ୍ର ଏହାର ଆଫିଡେଭିଟ୍ ଦାଖଲ କରିଛି । ଏହି ଆବେଦନରେ ଭିନ୍ନକ୍ଷମ ମାନଙ୍କୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ ପାଇଁ ଘରକୁ ଘର ବୁଲି ସେମାନଙ୍କ ଟିକାକରଣ କରିବାକୁ ଅନୁରୋଧ କରାଯାଇଥିଲା ।