ଆଉ ରାସ୍ତାରେ ବୁଲିବେନି ବୁଲା ଭିକ୍ଷୁକ, ଏଥର ସ୍ୱାଭିମାନେ ରହିବେ ଆଉ କର୍ମକ୍ଷମ ହେବେ । ରାଜ୍ୟରେ ପ୍ରଥମଥର ପାଇଁ ସମ୍ବଲପୁର ଜିଲ୍ଲାରେ ଏବେ ଅସହାୟ ତଥା ଭିକ୍ଷୁକ ପାଇବେ ରାଜଉଆସ ସୁଖ । ଏନେଇ ସମ୍ବଲପୁର ଜିଲ୍ଲାରେ ପ୍ରଥମଥର ପାଇଁ ଅସହାୟ ତଥା ଭିକ୍ଷୁକମାନଙ୍କୁ ଥଇଥାନ କରିବା ପାଇଁ ଉଦଘାଟିତ ହୋଇଯାଇଛି ସମନ୍ୱିତ ଭିତିଭୂମି କମ୍ପ୍ଲେକ୍ସ ।
ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୈଜାମୁଣ୍ଡା ଗ୍ରାମରେ ୨୫ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସମନ୍ୱିତ ଭିତିଭୂମି କମ୍ପ୍ଲେକ୍ସ । ଯେଉଁଠି ନିରାଶ୍ରୟ ଜୀବନ ବିତାଉଥିବା ଅସହାୟ ଓ ଭିକ୍ଷୁକମାନଙ୍କୁ ଥଇଥାନ କରାଯିବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯିବା ଲକ୍ଷ ନେଇ ଏହା ଆରମ୍ଭ କରାଯାଇଛି । ଦେଖନ୍ତୁ ଭିଡିଓ…