fbpx

ପିକ୍ ରେ କୋଭିଡ୍: ଦିନକରେ ଚିହ୍ନଟ ହେଲେ ୩.୩ ଲକ୍ଷ ସଂକ୍ରମିତ, ୫୨୫ ମୃତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକରେ ୩ଲକ୍ଷ ୩୩ ହାଜର ୫୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୪ ଘଣ୍ଟାରେ ୫୨୫ ଜଣ କରୋନା କାରଣରୁ ଆଖି ବୁଜିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୯ ହଜାର ୪୦୯ କୁ ବୃଦ୍ଧି ପାଇଛି । ତେବେ ଗତ ୨୪ ଘଣ୍ଟାର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ଟିଭ୍ କେସ୍ ୨୧ଲକ୍ଷ ୮୭ ହଜାର ୨୦୫ ରେ ପହଞ୍ଚିଛି ।

ଦେଶରେ ଦୈନିକ ପଜିଟିଭ୍ ହାର ୧୭.୭୮ ପ୍ରତିଶତ ରହିଛି । ଏଥିସହିତ ଆକ୍ଟିଭ୍ କେସ୍ ୫.୫୭% ହୋଇଯାଇଛି । ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୬୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ ସୁସ୍ଥ ହୋଇଛନ୍ତି ୩,୬୫,୬୦,୬୫୦ ଜଣ ସଂକ୍ରମିତ । ଦେଶରେ ରିକଭରି ହାର ୯୩.୧୮ ପ୍ରତିଶତ ରହିଛି ।

Get real time updates directly on you device, subscribe now.