fbpx

ସରୋଗେସୀ ମାତୃତ୍ୱକୁ ନେଇ ତସଲିମା ନସରିନଙ୍କ ବିବାଦୀୟ ଟ୍ୱିଟ୍: ଟ୍ରୋଲ କଲେ ପ୍ରିୟଙ୍କାଙ୍କ ସମର୍ଥକ

ନୂଆଦିଲ୍ଲୀ: ବଲିଉଡ଼ର ଆଗଧାଡ଼ିର ହଟ ଅଭିନେତ୍ରୀ ପ୍ରିୟଙ୍କା ମା’ ହୋଇଛନ୍ତି । ସାରା ବଲିଉଡ଼ ଇଣ୍ଡଷ୍ଟିରେ ଓ ପ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଭଲପାଇବା ଓ ପ୍ରଶଂସାର ସୁଅ । ଏହିଭିତରେ ଲୋକପ୍ରିୟ ରାଇଟର ତସଲିମା ନରସିନ ନିଜ ମତାମତ ପାଇଁ ବିବାଦ ଘେରରେ ଛନ୍ଦି ହୋଇଯାଇଛନ୍ତି । ତସଲିମା ନସରିନ ସରୋଗେସୀ ମାଧ୍ୟମରେ ମାଆ ବନିଥିବା ମହିଳାଙ୍କ ପ୍ରତି କିଛି ଏମିତି କହିଛନ୍ତି ଯାହା ଏକ ବିବାଦ ଆଡ଼କୁ ମୁହାଁଇଛି । ତସଲିମାଙ୍କ ଏହି ରିଆକ୍ସନ ଏବେ ଏବେ ଅର୍ଥାତ ପ୍ରିୟଙ୍କାଙ୍କ ମାଆ ହେବାର ପରେ ପରେ ହିଁ ଆସିଛି । ସୋସିଆଲ ମିଡିଆରେ କେତେକ ତସଲିମାଙ୍କୁ ସମର୍ଥନ କରୁଥିବା ବେଳେ କିନ୍ତୁ ପ୍ରିୟଙ୍କାଙ୍କ ଫ୍ୟାନ୍ସ କାଫି ଟ୍ରୋଲ କରିଛନ୍ତି ତସଲିମାଙ୍କୁ ।

ଘଟଣା ଅନୁସାରେ ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମ ପୋଷ୍ଟରେ ସରୋଗେସୀ ଜରିଆରେ ନିଜ ମାଆ ହେବାର ଡିକ୍ଲାର କରିଥିଲେ । ଏହାପରେ ପ୍ରିୟଙ୍କାଙ୍କୁ ଅନେକ ଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିବା ସହ ଏମିତି ବି କିଛି ଏହା ବିରୋଧରେ ପ୍ରତିକ୍ରିୟା ଦେବାରେ ଲାଗିଲେ । ଆଉ ଏହାରି ଭିତରେ ବି ତସଲିମା ସେରୋଗେସୀ ବିଷୟରେ ଟ୍ଵିଟ ମାଧ୍ୟମରେ ଅନେକ କଥା ସେୟାର କରିବାରେ ଲାଗିଗଲେ ।

ତସଲିମା ଟ୍ଵିଟରେ ଲେଖିଥିଲେ କି ସରୋଗେସୀ ମାଧ୍ୟମରେ ମାଆ ବନୁଥିବା ମହିଳା କେମିତି ଅନୁଭବ କରନ୍ତି । ଯେତେବେଳେ ତାଙ୍କୁ ତାଙ୍କର ରେଡିମେଡ ପିଲା ମିଳିଥାଏ । କଣ ସେମାନଙ୍କୁ ସେହି ସମାନ ଅନୁଭବ ଆସେ ଯାହା ନିଡ ଛୁଆକୁ ଜନ୍ମ ଦେଲା ପରେ ଗୋଟେ ମାଆକୁ ଆସିଥାଏ । ଆହୁରି ମଧ୍ୟ ସେ ଲେଖିଥିଲେ କି ଦୁନିଆରେ ଗରିବ ମହିଳା ରହିଥିବାରୁ ସରୋଗେସୀ ସମ୍ଭବ ହୋଇପାରୁଛି । ସେ କହିଛନ୍ତି ଯେ ଧନୀ ଲୋକ ସବୁବେଳେ ନିଜ ସ୍ୱାର୍ଥ ପାଇଁ ସମାଜରେ ଗରୀବ ଲୋକ ଚାହାନ୍ତି । ଯଦି ଆପଣଙ୍କୁ ସତରେ ଛୁଆ ପାଳିବାରେ ଏତେ ଇଚ୍ଛା ତେବେ କୌଣସି ଅନାଥ ଛୁଆକୁ ପୋଷ୍ୟ ଭାବରେ ଗ୍ରହଣ କରିନିଅନ୍ତୁ । ଛୁଆଙ୍କ ଭିତରେ ନିଜର ପୈତୃକ ଗୁଣ ରହିବା ଦରକାର । ଏହା କେବଳ ନିଜ ଅହଙ୍କାର ତା ଛଡା କିଛି ନୁହେଁ । ସେ ଏକଥା ମଧ୍ୟ କହିଛନ୍ତି ଯେ ସେ ସରୋଗେସୀକୁ ସ୍ୱୀକାର କରିବେ ନାହିଁ ସେପର୍ଯ୍ୟନ୍ତ ଯେପର୍ଯ୍ୟନ୍ତ ଧନୀ ମହିଳା ମାନେ ସରୋଗେଟ ମ୍ୟାମ ବନିନାହାନ୍ତି ।

ତସଲିମା ଯଦିଓ ନିଜ ଟ୍ଵିଟରେ କେଉଁଠି ବି ପ୍ରିୟଙ୍କାଙ୍କ ନାଁ ଉଠାଇନାହାନ୍ତି । କିନ୍ତୁ ଏହି ଟ୍ଵିଟ ପରେ ଫ୍ୟାନ୍ସ ମାନେ କାଫି ଟ୍ରୋଲ କରିଛନ୍ତି ତସଲିମାଙ୍କୁ । ଏହାପରେ ତସଲିମା ଲେଖିଛନ୍ତି କି ସରୋଗେସୀକୁ ନେଇ ମୋର ଓପନିଅନ ହେଉଛି ମୋ ଟ୍ଵିଟ । ଏହା ସହ ପ୍ରିୟଙ୍କା ଓ ନିକ୍କଙ୍କର କୌଣସି ଲେନା ଦେନା ନାହିଁ । ମତେ ବି ଏହି କପଲ ପସନ୍ଦ ଅଟନ୍ତି ।

Get real time updates directly on you device, subscribe now.