fbpx

ଗାନ୍ଧୀ ମାର୍ଗରେ ଧାରଣା ବନ୍ଦ୍

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ଗାନ୍ଧୀ ମାର୍ଗରେ ଧାରଣାକୁ ବନ୍ଦ କରାଯାଇଛି । କମିଶନରେଟ୍ ପୋଲିସ ରଦ୍ଦ କରିଛି ଧାରଣା । ଏହାସହ ଟ୍ୱିନସିଟିରେ ସବୁ ସଭା ସମିତି ବନ୍ଦ ପାଇଁ ପୋଲିସ ଆହ୍ୱାନ କରିଛି । ପୋଲିସ ବିଭାଗରେ କେହି ଅସୁସ୍ଥ ହେଲେ ସଙ୍ଗେ ସଙ୍ଗେ ଛୁଟି ଦିଆଯିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ସିନେମା ହଲ ବନ୍ଦ ପାଇଁ ପିସିଆର ମଧ୍ୟ ପଠାଯାଇଛି ।ଜିମ୍ , ବରଯାତ୍ରୀ ପ୍ରସେସନ ଓ ଧାର୍ମିକ ଅନୁଷ୍ଠାନ ଉପରେ ରୋକ୍ ଲଗାଯାଇଛି ।
ସାରା ବିଶ୍ୱରେ କରୋନା ଆତଙ୍କ ଦେଖାଦେଇଛି । କରୋନାକୁ ମହାମାରି ଘୋଷଣା କରାଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । ଏହାସହ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି ।
ସାରା ବିଶ୍ୱରେ କରୋନା ଭାଇରସ୍ ୧୧୦ଟି ଦେଶକୁ ବ୍ୟାପିଛି ବୋଲି ଜଣାପଡ଼ିଛି । ବିଶ୍ୱରେ ୧.୨୧ ଲକ୍ଷ ଲୋକ କରୋନା ସଙ୍କ୍ରମିତ ହୋଇଥିବା ନେଇ ସୂଚନା ରହିଛି । କରୋନାରେ ସାରା ବିଶ୍ୱରେ ୪,୩୬୫ରୁ ଉଦ୍ଧ୍ୱର୍ ଜଣଙ୍କର ମୃତ୍ୟୁ ଘଟିଛି । ଏହାସହ ଭାରତରେ ୭୫ଜଣ ଏହି ଭୂତାଣୁରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.