fbpx

ମାତ୍ର ୧ ଟଙ୍କା ଘରକୁ ଆଣନ୍ତୁ ସ୍କୁଟି; ମାର୍ଚ୍ଚ ୧୧ ଯାଏଁ ଅଛି ଖାସ୍ ଅଫର୍

ନୂଆଦିଲ୍ଲୀ: ଯଦି ଆପଣ ସ୍କୁଟି କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ଖାସ୍ ଅଫର୍ । ମାତ୍ର ୧ ଟଙ୍କା ଡାଉନପେମେଣ୍ଟ ଦେଇ ଆପଣ ନୂଆ ସ୍କୁଟି କିଣି ଘରକୁ ଆଣିପାରିବେ । ଦେଶର ପ୍ରସିଦ୍ଧ ଦୁଇଚକିଆ କମ୍ପାନୀ Hero MotoCorp ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ବଡ଼ ଘୋଷଣା କରିଛି ।

Hero MotoCorp ଅନୁସାରେ, ଏହି ଅଫର କେବଳ କିଛି ସହରରେ ଆରମ୍ଭ ହୋଇଛି ଓ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଏହାର ଡେଡଲାଇନ୍ ରହିଛି । ଏହି ସମୟରେ ଆପଣ ବି ନିକଟସ୍ଥ କୌଣସି ହିରୋ ଶୋ’ରୁମ୍ ଯାଇ ସ୍କୁଟି ବା ସ୍କୁଟର କିଣିପାରିବେ । କମ୍ପାନୀ ଦାବି କରିଛି ଯେ, ୧ ଟଙ୍କାର ଡାଉନ ପେମେଣ୍ଟର ସୁବିଧା ସହିତ କ୍ୟାସ୍ ବୋନଓ ଅଫର ମଧ୍ୟ ଆରମ୍ଭ କରାଯାଇଛି ।

କମ୍ପାନୀରୁ ମିଳିଥିବା ତଥ୍ୟ ଅନୁସାରେ, ମାଏଷ୍ଟ୍ରୋ ଏଜ ୧୨୫(Maestro Edge 125), ଡେଷ୍ଟିନି ୧୨୫ Destini 125) ଓ ପ୍ଲେଜର ପ୍ଲସ(Pleasure Plus) କିଣିବା ଉପରେ ମହିଳାଙ୍କୁ ୪,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ବୋନଓ ଦିଆଯିବ । ଯଦି କୌଣସି ପରିବାର ନିଜ ଫ୍ୟାମିଲିର ମହିଳାଙ୍କ ନାଁରେ ବୁକିଂ କରନ୍ତି, ତେବେ ତାଙ୍କୁ ଏହି ଅଫର ଦିଆଯିବ ।

Get real time updates directly on you device, subscribe now.