fbpx

କାର୍‌କୁ ଧକ୍କା ଦେଇ ଚମ୍ପଟ୍‌ ମାରିଲା ଟ୍ରକ୍‌, ଡାହାଣ ପାର୍ଶ୍ୱରେ ଭାଙ୍ଗିଗଲା ମିରର

ବାଲିପାଟଣା (ଭାସ୍କର ନ୍ୟୁଜ୍‌ ):  କାର୍‌କୁ ଧକ୍କା ଦେଇ ଖସିଗଲା ଟ୍ରକ୍‌  । ମଧୁବନ ଛକରେ ଘଟିଲା ଦୁର୍ଘଟଣା। ଦୁର୍ଘଟଣା ଘଟାଇ ଚମ୍ପଟ୍ ମାରିବା ସଫଳ ହେଲା ଟ୍ରକ୍ । ଗୋଡାଇ ଗୋଡ଼ାଇ ଧରିବା ଅକ୍ଷମ ହେଲା ସ୍ଥାନୀୟ ଯୁବକ। ଗାଡିକୁ ଧକ୍କା ମାରିଥିବା ଅଜଣା ଟ୍ରକ୍ ନାଁ ଅଭିଯୋଗ କଲେ କାର୍ ମାଲିକ।

ସୂଚନା ଅନୁଯାୟୀ ଗତକାଲି ସକାଳ ପାଖାପାଖି ୯.୪୦ରେ ବାପିନା ସେଠି (ଓଡି-ଠ୨-ବିଏନ୍‌-୫୪୩୩) ନମ୍ବର ଯୁକ୍ତ ଏକ ନାଲି ରଙ୍ଗର ଫୋର୍ଡ଼ ଆସ୍ପାୟର୍‌ କାର୍‌କୁ ନିମାପଡ଼ା ସରଦେଇପୁର ରାସ୍ତାରେ ଭୁବନେଶ୍ୱର ପଟୁ ବାଲିପାଟଣା ଆଡକୁ ଆସୁଥିବା ବେଳେ ମଧୁବନ ଛକ ନିକଟରେ ସାମ୍ନା ପଟୁ ଦୃତ ଗତିରେ ଆସୁଥିବା ଏକ ଟ୍ରକ୍‌ ଉକ୍ତ କାର୍‌ର ଡାହାଣ ପାର୍ଶ୍ୱରେ ଘଷି ହୋଇ ଚାଲିଯାଇଥିଲା । ସ୍ଥାନିୟ କିଛି ଯୁବକ ଖବର ପାଇ ଟ୍ରକ୍‌କୁ ପିଛା କରିଥିଲେ ମଧ୍ୟ ଟ୍ରକ୍‌ର ଟେର୍‌ ପାଇନଥିଲେ । ଦୁର୍ଘଟଣାରେ ଡ୍ରାଇଭର୍‌ ଜଣଙ୍କ ଆହତ ହୋଇ ନଥିଲେ ମଧ୍ୟ ଗାଡିର ଡାହାଣ ପାର୍ଶ୍ୱ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏନେଇ କାର୍ ମାଲିକ ବାଲିପାଟଣା ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି।

Get real time updates directly on you device, subscribe now.