ଏକାଡେମୀକୁ ଫେରି ଆସ କୋହଲି: ଫର୍ମ ଫେରାଇବା ପାଇଁ ଗୁରୁମନ୍ତ୍ର ଦେଉଛନ୍ତି ବିରାଟଙ୍କ ପୁରୁଣା କୋଚ

ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଚାଲିଛି ଚର୍ଚ୍ଚ। । ଗୋଟିଏ ପରେ ଗୋଟିଏ ପଦରୁ ଇସ୍ତଫା ଦେବା ପରେ ଏବେ ଖରାପ ଫର୍ମ ତାଙ୍କ ପ୍ରଶଂସକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ସେପଟେ ଦୀର୍ଘ ଦିନରୁ ବିରାଟଙ୍କ ବ୍ୟାଟରୁ ୭୧ତମ ଶତକକୁ ଅପେଷକ୍ଷା କରି ରହିଛନ୍ତି କୋଟି କୋଟି ଫ୍ୟାନ୍ସ । ଏହି ସମୟରେ ତାଙ୍କ ପୁରୁଣା ଫର୍ମକୁ ଫେରି ପାଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ବିରାଟଙ୍କ ପୁରୁଣା କୋଚ ।

IND vs BAN: Victory against Bangladesh helps Virat Kohli surpass MS Dhoni's  record

କୋହଲିଙ୍କ ପିଲାଦିନ କୋଚ ରାଜକୁମାର ଶର୍ମା ବିରାଟଙ୍କୁ ଦେଇଛନ୍ତି ଏକ ବିରାଟ ଉପଦେଶ । ପୁଣି ତରେ ଏକାଡେମୀକୁ ଫେରି ଆସିବା ପାଇଁ ସମୟ ଆସିଛି ବୋଲି କହିଛନ୍ତି ରାଜକୁମାର । ବ୍ୟାଟିଙ୍ଗ କୌଶଳ ଉପରେ ଅଧିକ ପ୍ରସ୍ତୁତି ହେବାର ସମୟ ଆସିଥିବା ସେ କୋହଲିଙ୍କୁ ଉପଦେଶ ଦେଇଛନ୍ତି । ପୁଣିଥରେ ବ୍ୟାଟିଙ୍ଗର ବେସିକ୍ସ ଉପରେ କାମ କରିବାକୁ ପଡିବ ବୋଲି ତାଙ୍କ ପୁରୁଣା କୋଚ ପରାମର୍ଶ ଦେଇଛନ୍ତି । ତେଣୁ ସେ ନିଜ ଆତ୍ମ ବିଶ୍ୱାସ ଫେରି ପାଇବା ପାଇଁ ଏକାଡେମୀକୁ ପୁଣି ଥରେ ଫେରି ଆସିବାକୁ କହିଛନ୍ତି କୋଚ ରାଜକୁମାର ।

What Coach Rajkumar Sharma Said on the Day Virat Kohli's Father Died

ବିରାଟ ଭଲ ବ୍ୟାଟିଂ କରୁଛନ୍ତି, କିନ୍ତୁ ଆବଶ୍ୟକତାରୁ ଅଧିକ ସତର୍କତା ଅବଲମ୍ପନ କରୁଥିବାରୁ ବଡ ସ୍କୋର କରିବାରେ ବାରମ୍ବାର ବିଫଳ ହେଉଛନ୍ତି ବିରାଟ । ତେଣୁ ତାଙ୍କୁ ଚାପମୁକ୍ତ ହୋଇ ଖେଳିବାକୁ ପଡିବ ବୋଲି କୋଚ ଉପଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ବିରାଟ କୋହଲିଙ୍କ ପାଇଁ ସବୁଠୁ ବଡ ଚିନ୍ତା ପାଲଟିଛି ସ୍ପିନ ବୋଲିଂ । ସ୍ପିନରମାନଙ୍କ ସାମନାରେ ବାରମ୍ବାର ଫେଲ ମାରି ଚାଲିଛନ୍ତି ରନ ମେସିନ । ତେଣୁ ତାଙ୍କ କ୍ୟାରିୟରକୁ ନେଇ ଏବେ ଚିନ୍ତା । ବିରାଟଙ୍କ ଶେଷ ଶତକ ପରେ ସେ ୩୦ ଥର ଆଉଟ ହୋଇ ସାରିଛନ୍ତି । ତେବେ ଏଥିରୁ ୧୧ ଥର ସ୍ପିନରଙ୍କ ଶିକାର ହୋଇଛନ୍ତି କୋହଲି । ତେଣୁ ତାଙ୍କ ବ୍ୟାଟିଂ ସୁଧାରିବା ପାଇଁ ଏକାଡେମୀକୁ ନିମନ୍ତ୍ରଣ କରିଛନ୍ତି ବିରାଟଭ୍କ ପୂର୍ବତନ କୋଚ ରାଜକୁମାର ଶର୍ମା ।