fbpx

(Video) ମା’ କୋଳରେ ବସିଥିଲା ଶିଶୁ, ହେଲେ ହଠାତ୍ ଘଟିଗଲା ଏମିତି… ଦେଖନ୍ତୁ ଭିଡିଓ

ଛୋଟ ପିଲାଙ୍କୁ ସବୁବେଳେ ନଜର ରଖିଥାନ୍ତି ବାପା ମା’ ହୁଏତ କେତେବେଳେ କୌଣସି ଗଡ଼ବଡ଼ ହେଇଯାଇପାରେ । କିନ୍ତୁ ଆଜିର ଏହି ଭିଡିଓ ଦେଖିବା ପରେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏମିତିବି ଘଟିପାରେ । କାରଣ ଏହି ଭିଡିଓରେ ଗୋଟିଏ ମାଙ୍କଡ଼ ମା କୋଳରେ ବସିଥିବା ଏକ କୁନିପିଲାକୁ ଟାଣିଟାଣି ନେଇଯାଉଛି । ଆଉ ସେଠାରେ ଥିବା ଲୋକମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଭାଇରାଲ ଭିଡିଓରେ ଦେଖାଯାଉଛି ଜଣେ ମହିଳା ରୋଡ ସାଇଡରେ ଥିବା ଚେୟାରରେ ବସିଛନ୍ତି । ଆଉ ତାଙ୍କ କୋଳରେ ଗୋଟିଏ କୁନି ପିଲା ଏବଂ ପାଖରେ ଆଉ ଦୁଇଜଣ ପିଲା ମଧ୍ୟ ଅଛନ୍ତି । ଏଠାରେ ଆଉ କିଛି ବ୍ୟକ୍ତିମାନେ ମଧ୍ୟ ଅଛନ୍ତି । ହେଲେ ଏହି ସମୟରେ ସେଠାକୁ ଏକ ମାଙ୍କଡ ଆସିଯାଉଛି । ଆଉ ମହିଳାଙ୍କ ପାଖରେ ବସିଥିବା ସେହି କୁନି ପିଲାକୁ  ଟାଣି ଟାଣି  କିଛି ଫୁଟ ଦୂରକୁ ନେଇ ଯାଉଛି ।  ଏଠାରେ ଥିବା ବ୍ୟକ୍ତି ହୋହଲ୍ଲା କରିବା ପରେ ମାଙ୍କଡଟି ଛାଡ଼ି ଚାଲିଯାଉଛି । ଆଉ କୁନି ପିଲାଟି ଉଠିପଡି ପୁଣି ଥରେ ଚାଲି ଚାଲି ଆସିଯାଉଛି । ଏହି ଘଟଣାଟି ହେଉଛି ଇଣ୍ଡୋନେସିଆର ସୁରବାୟାଠାରେ ଘଟିଥିବାବେଳେ ଏହାକୁ କେହି ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଭିଡିଓଟି ଏବେ ଖୁବ ଭାଇରାଲ ହୋଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.