fbpx

ନୂଆ ଆର୍ଥିକ ବର୍ଷରେ ବଦଳିଲା EPFର ଟ୍ୟାକ୍ସ ନିୟମ: ଏଣିକି ଗ୍ରାହକଙ୍କୁ ଖୋଲିବାକୁ ପଡ଼ିବ ଦୁଇଟି PF ଆକାଉଣ୍ଟ

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଇନକମ ଟ୍ୟାକ୍ସ ସମ୍ବନ୍ଧିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି, ଯାହାକୁ କି ଜାଣିବା ସାଧାରଣ ଜନତାଙ୍କ ପାଇଁ ନିହାତି ଜରୁରୀ । ଗତ ୨୦୨୨ ବଜେଟରେ ପ୍ରୋଭିଡେଣ୍ଟ ଫଣ୍ଡକୁ ନେଇ ଟ୍ୟାକ୍ସ ନିୟମ ପରିବର୍ତ୍ତନ ବାବଦରେ ଘୋଷଣା କରାଯାଇଥିଲା । ଗତ ୧ ତାରିଖରୁ ଉକ୍ତ ନିୟମ ଲାଗୁ ହୋଇସାରିଛି ।

୧- ଏଣିକି ପିଏଫରେ ୨.୫ରୁ ଅଧିକ ଜମା ହେବା ପରେ ଅତିରିକ୍ତ ଅର୍ଥ ଉପରେ ମିଳୁଥିବା ସୁଧ ସମ୍ପୂର୍ଣ୍ଣ ଭାବେ ଟ୍ୟାକ୍ସଯୁକ୍ତ ହେବ । ଏଥିପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ ପକ୍ଷରୁ ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୨ରେ ରୁଲ ନମ୍ବର ୯ଡିକୁ ସାମିଲ କରାଯାଇଛି ।

୨- ଜେନେରାଲ ପିଏଫ ସମ୍ବନ୍ଧିତ ନିୟମକୁ ନେଇ ସେବି ରେଜିଷ୍ଟର୍ଡ ଟ୍ୟାକ୍ସ ଆଣ୍ଡ ଇନଭେଷ୍ଟମେଣ୍ଟ ଏକ୍ସପର୍ଟ କହିନ୍ତି ଯେ, ୨୦୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିଏଫ୍ ଫଣ୍ଡ ଉପରେ ଟ୍ୟାକ୍ସର ଘୋଷଣା କରିଥିଲେ । ଏହାର ଲିମିଟ ବର୍ତ୍ତମାନ ୨.୫ ଲକ୍ଷ ପର୍ଯ୍ୟନ୍ତ ହୋଇଯାଇଛି । ଟ୍ୟାକ୍ସ କାଲକୁଲେସନରେ ଯେପରି କୌଣସି ପ୍ରକାରର ସମସ୍ୟା ନ ଉପୁଜିବ, ସେଥିପାଇଁ ଟ୍ୟାକ୍ସ ଡିପାର୍ଟମେଣ୍ଟ ରୁଲ ୯ଡିକୁ ସାମିଲ କରିଛି ।

୩- ନୂଆ ନିୟମ ଅନୁଯାୟୀ, ପିଏଫ୍ ଗ୍ରାହକଙ୍କର ଦୁଇଟି ଆକାଉଣ୍ଟ ଖୋଲାଯିବ । ୨.୫ ଲକ୍ଷରୁ ଅଧିକ ଜମା ରାଶି ଅନ୍ୟ ଆକାଉଣ୍ଟରେ ଜମା କରାଯିବ । ଏହି ବ୍ୟବସ୍ଥା ଆରମ୍ଭ ହେବା ପରେ ପିଏଫ୍ ଆକାଉଣ୍ଟ-୧ ପୂର୍ଣ୍ଣ ଭାବେ ଟ୍ୟାକ୍ସ ଫ୍ରି ହେବ । ପିଏଫ ଫଣ୍ଡ ଆକାଉଣ୍ଟ-୨ ପୂର୍ଣ୍ଣ ଭାବେ ଟ୍ୟାକ୍ସଯୁକ୍ତ ହେବ ।

୪- ଯଦି କମ୍ପାନୀ ଅର୍ଥ ପ୍ରଦାନ ନ କରିବ, ତେବେ ଏହି ଲିମିଟ୍ ୫ ଲକ୍ଷ ହୋଇଯିବ । ଅର୍ଥାତ କମ୍ପାନୀ ଅର୍ଥ ନଦେଲେ ଆକାଉଣ୍ଟ-୧ରେ ୫ ଲକ୍ଷ ପର୍ଯ୍ୟନ୍ତ ଜମା ହୋଇପାରିବ ଓ ଏହାର ସୁଧ ପୂର୍ଣ୍ଣ ଭାବେ ଟ୍ୟାକ୍ସ ଫ୍ରି ହେବ । ତା’ଠାରୁ ଅଧିକ ଜମା କଲେ ପିଏଫ୍ ଆକାଉଣ୍ଟ-୨ରେ ଜମା କରାଯିବ, ଯାହାକି ଟାକ୍ସଯୁକ୍ତ ହେବ ।

୫- ଯଦି କୌଣସି କର୍ମଚାରୀ ପିଏଫ୍ରେ ୧.୫ ଲକ୍ଷ ଓ ଭଲ୍ୟୁଣ୍ଟାରି ପିଏଫରେ ୧.୫ ଲକ୍ଷ ଜମା କରେ, ତେବେ ପିଏଫ ଆକାଉଣ୍ଟ-୧ରେ ୨.୫ ଜମା ହେବ, ଅନ୍ୟ ୫୦ ହଜାର ପିଏଫ୍ ଆକାଉଣ୍ଟ-୨ରେ ଜମା ହେବ । ଆକାଉଣ୍ଟ-୧ ଟ୍ୟାକ୍ସ ଫ୍ରି ଓ ଆକାଉଣ୍ଟ-୨ ଟ୍ୟାକ୍ସଯୁକ୍ତ ହେବ ।

Get real time updates directly on you device, subscribe now.